।। ନବୀନ ଓଡ଼ିଶା ଆମ ଓଡ଼ିଶା କାର୍ଯ୍ୟକ୍ରମ ଜୟପାଟଣା ।।

Nov 3, 2023 - 19:47
 0  33
।। ନବୀନ ଓଡ଼ିଶା ଆମ ଓଡ଼ିଶା କାର୍ଯ୍ୟକ୍ରମ ଜୟପାଟଣା ।।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ର ଉମା ଶଙ୍କର ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ନବୀନ ଓଡ଼ିଶା ଆମ ଓଡ଼ିଶା କାର୍ଯ୍ୟକ୍ରମ ବିଜେଡି ମିଟିଂ ପାଇଁ ବଡ଼ ଆଡମ୍ବର ରେ ଉତ୍ସବଟି ହେଇଥିଲା । କଳାହାଣ୍ଡି ଜିଲ୍ଲା ରେ ୧୫୫ କୋଟି ଟଙ୍କା ର ଏହି ଯୋଜନା କୁ ନେଇ ଲୋକେଚର୍ଚିତ। ଜୟପାଟଣା ବ୍ଲକ୍ ର ସମସ୍ତ ମାଁ ସ୍ଵୟଂ ସହାୟିକା ଗୋଷ୍ଠୀ, ସି ଆର୍ ପି , ଅଙ୍ଗନୱାଡ଼ି, ଆଶା ଦିଦି ଏଭଳି ଅନେକ ବିଭାଗ ରୁ ମହିଳା ମାନଙ୍କୁ ବସ ଜରିଆରେ ମିଟିଂ କୁ ଆହ୍ବାନ କରାଯାଇଥିଲା । ଆଗାମୀ ୨୦୨୪ ମସିହା ର ନିର୍ବାଚନ କୁ ଆଖିଆଗରେ ରଖି ବିଭିନ୍ନ ପ୍ରକାର ଯୋଜନା କରିବା ଏକ ନିତିଦିନିଆ କଥା l ଏହି ଲଷ୍ମୀବସ ଯୋଜନା କୁ ନେଇ ଆଜି ଯେଉଁ ଅବ୍ୟବସ୍ଥା ରେ କାର୍ଯ୍ୟ କରାଯାଇଥିଲା । ଏତେ ବଡ଼ ଆୟଯୋନ ର କଣ ଜରୁରୀ ଥିଲା କି ଜଉ ସ୍ଥାନରେ ଲୋକେ ଖାଇବାକୁ ମୁଠେ ମିଲୁନଥିବା ବେଳେ ଅନେକ ପ୍ରକାର ଆକର୍ଷଣୀୟ ଆୟୋଜନ କରି ସରକାର ଖର୍ଚ୍ଚ କରି ଚାଲିଛନ୍ତି, ଏହି ପଇସା କୁ କିଛି ଗରିବ ଲୋକଙ୍କୁ ଦେଇ ଦେଲେ ଦିନକର ପାଇଁ ଚୋଲିଗୋଲେ କେଡେ ଭାଗ୍ୟ ର କଥା ହେଲେ ଆମ ସରକାର ଭୋଟ ନେବା ପାଇଁ ଆଜିକାଲି ବହୁତ୍ ବ୍ୟସ୍ତ ରେ ବଧେ। କେବଳ ନିର୍ବାଚନ ସମୟରେ ହିଁ ଅନେକ ଯୋଜନ କରୁଛନ୍ତି କେବଳ ଜନସାଧାରଣ ଙ୍କୁ ବୋକା ବୋନେଇ ଭୋଟ ହାତେଇବା ପାଇଁ ଏସବୁ ଯୋଜନା ଚୋଲେଇବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । କଳାହାଣ୍ଡି ରେ ପାନୀୟଜଳ, ରାସ୍ତାଘାଟ, କୃଷି ସୁକାମରୁଡ଼ି ଭଳି ଅନେକ ସମସ୍ୟା ରହିଛି ହେଲେ ଆମ ଦିଡ଼ିମ୍ବ ପିଟୁଥିବା ସରକାର ଅନେକ ଯୋଜନା କରୁଥିଲେ ମଧ୍ୟ ସଠିକ ଭାବରେ ଲୋକଙ୍କୁ ସୁବିଧା ସୁଯୋଗ ମିଳି ପାରୁନି ବୋଲି ଲୋକଙ୍କ ମନରେ ଦୁଃଖର ଚର୍ଚା ଦେଖିବାକୁ ମିଳିଛି ।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକରୁ ବାବୁଲି ହରିଜନଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ