ନବରଙ୍ଗପୁର ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହ ଏବଂ ଜିଲ୍ଲା ସ୍ତରୀୟ ' ସୁଶାସନ ଦିବସ ' ପାଳନ ଜିଲ୍ଲା ସ୍ତରୀୟ ସାଂସଦ ଖେଳ ମହୋତ୍ସବ ର ପୁରସ୍କାର ବିତରଣ ଉତ୍ସବ

Dec 26, 2025 - 17:53
 0  3
ନବରଙ୍ଗପୁର ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହ ଏବଂ ଜିଲ୍ଲା ସ୍ତରୀୟ ' ସୁଶାସନ ଦିବସ ' ପାଳନ  ଜିଲ୍ଲା ସ୍ତରୀୟ ସାଂସଦ ଖେଳ ମହୋତ୍ସବ ର ପୁରସ୍କାର ବିତରଣ ଉତ୍ସବ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୫.୧୨.୨୦୨୫ ରିଖ: ସ୍ଥାନୀୟ ଶାସ୍ତ୍ରୀ ଭବନ ଠାରେ ସକାଳ ୧୧.୦୦ ଘ ସମୟରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଜୟନ୍ତୀ ସମାରୋହ ଏବଂ ଜିଲ୍ଲା ସ୍ତରୀୟ ' ସୁଶାସନ ଦିବସ"ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସାଂସଦ ଖେଳ ଉଦଯାପନ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ଓ ଜିଲ୍ଲାର ସାଂସଦ ଖେଳ ମହୋତ୍ସବ ର ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି ! ଉକ୍ତ ଉତ୍ସବରେ ମୂଖ୍ୟ ଅତିଥି ରୂପେ ମାନ୍ୟବର ସାଂସଦ ଲୋକସଭା ବଳଭଦ୍ର ମାଝୀ,ସଭାର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ,ସମ୍ମାନୀତ ଅତିଥି ରୂପେ ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ପ୍ରତିନିଧି କୁଞ୍ଜ ବିହାରୀ ଦାସ,ସାଂସଦ ଖେଳ କୋ ର୍ଡିନେଟର ରାମେଶ୍ବର ଜେନା,ଜିଲ୍ଲା କ୍ରୀଡ଼ା ସଂଘ ସଂପାଦକ ଅର୍ଜୁନ ତ୍ରିପାଠୀ ,ମୁଖ୍ୟ ବକ୍ତା ରୂପେ ଅବସରପ୍ରାପ୍ତ ପ୍ରଧ୍ୟାପକ ଡ ବିଜୟ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ! ଅତିଥି ଗଣ ଅଗ୍ରପୂଜ୍ୟ ଗଣେଶ ଏବଂ ଜଗନ୍ନାଥ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ପରେ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ ! ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ସ୍ବାଗତ ଭାଷଣ ସହ ଜୟନ୍ତୀ ଓ ସୁଶାସନ ଦିବସ ପାଳନ ର ଉଦ୍ଦେଶ୍ୟ ଉପରେ କହିବା ସଙ୍ଗେ ସାଂସଦ ଖେଳ ମହୋତ୍ସବର ସମ୍ୟକ୍ ସୁଚନା ଦେଇଥିଲେ ! ସଂଗୀତ ଗୁରୁ ଯୁଗଳ କିଶୋର ତ୍ରିପାଠୀ ଙ୍କ ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ "ବନ୍ଦେ ଉତ୍କଳ ଜନନୀ ' ଗାନ କରିଥିଲେ ! ଜୟନ୍ତୀ ସମାରୋହରେ ଅତିଥିଗଣ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଜୀବନ ଦର୍ଶନ,ଦେଶପ୍ରିତି ,ଦୂରଦୃଷ୍ଟିତା,ମହାନ ରାଜନୀତିଜ୍ଞ ଏବଂ ମାନବୀୟ ସମ୍ବେଦନଶୀଳତା ଉପରେ ନିଜ ମତବ୍ୟକ୍ତ କରିଥିଲେ ଏବଂ ସାଂସଦ ଖେଳ ପ୍ରତିଯୋଗିତାରେ ଭାଗ ନେଇ ଉପସ୍ଥିତ ଥିବା ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ ! ମୁଖ୍ୟ ଅତିଥି ମାନ୍ୟବର ସାଂସଦ ନିଜ ବକ୍ତବ୍ୟରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଆଦର୍ଶକୁ ମହାନ୍ କହିବା ସହ ତାଙ୍କୁ ଜଣେ ବିଶିଷ୍ଟକବି,ସ୍ଵାଭିମାନୀ, ତୁଙ୍ଗ ରାଜନୈତିକ ବ୍ୟକ୍ତି ,ସାହସୀ ଓ ନିର୍ଭୀକ ବ୍ୟକ୍ତିତ୍ବ ରୂପେ ବର୍ଣ୍ଣନା କରିଥିଲେ ! ସେଭଳି ନବରଙ୍ଗପୁର ସାଂସଦୀୟ କ୍ଷେତ୍ର ରେ ଅନୁଷ୍ଠିତ ଖେଳ ମହୋତ୍ସବ ରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ଉତ୍ସାହ କରିବା ସହ ଆଗାମୀ ଦିନରେ ଏହି ଖେଳ ଉତ୍ସବ ରେ ଯେଭଳି ଅଧିକ ରୁ ଅଧିକ ପ୍ରତିଯୋଗୀ ଭାଗ ନେବେ ଓ ଜିଲ୍ଲାରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି ଉପରେ ଗୁରୁତ୍ବ ଦେଇଥିଲେ ! ଏହି ଅବସରରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଜୀବନ ଦର୍ଶନ ଓ ସୁଶାସନ ଉପରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମଧ୍ୟରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ !ନବରଙ୍ଗପୁର ସାଂସଦୀୟ କ୍ଷେତ୍ର ର ୨୧ ଟି ବ୍ଳକ୍ ରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗୀତା ଫୁଟବଲ ,ଭଲିବଲ,କ୍ରିକେଟ,କବାଡି , ଖୋଖୋ ୧୦୦ ମିଟର ଓ ୨୦୦ ମିଟର ଦୌଡ, ଲଙ୍ଗଜମ୍ପ ରେ ଦଳଗତ ଓ ବ୍ୟକ୍ତିଗତ ସ୍ତରରେ ଉତ୍ତୀର୍ଣ୍ଣ ବାଳକ ଓ ବାଳିକା ବିଭାଗ ର ୩୪ ଜଣ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଟ୍ରଫି ସହ ସାର୍ଟିଫିକେଟ ପ୍ରଦାନ କରିଥିଲେ ! ଜିଲ୍ଲା ସଂସ୍କୃତି କାର୍ଯ୍ୟଳୟ ତରଫରୁ ୩ ଟି ସାଂସ୍କୃତିକ ଦଳ ସାତ୍ୱିକ କଳାକେନ୍ଦ୍ର,କ୍ଲିନର ସଂଘ, ସାଇରାମ କଳାକେନ୍ଦ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ! ସଭା କାର୍ଯ୍ୟକ୍ରମକୁ ଡି ଆଇ ପି ଆର୍ ଓ ପରିଚାଳନା କରିଥିଲେ ଏବଂ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ବିଭାଗ ର କର୍ମଚାରୀ ସହଯୋଗ କରିଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ