ନବରଙ୍ଗପୁର ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ !

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୦୪.୧୧.୨୦୨୪:ରିଖ ନବରଙ୍ଗପୁର ସହର ସ୍ଥିତ ପୌରପରିଷଦ ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ! ଏଥିରେ ସି ଡି ଓ ,ଜିଲ୍ଲା ପରିଷଦ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ,ନବରଙ୍ଗପୁର ଶ୍ରୀ ପ୍ରକାଶ ମିଶ୍ର ,ପି ଏ, ଆଇ ଟି ଡି ଏ,ସି ଡି ଏ ଓ, ସି ଡି ଭି ଓ, ଡି ଡି ଏଚ, ଆର୍ ଟି ଓ, ଡି ଆଇ ପି ଆର୍ ଓ, ଡି ଇ ଓ ,ଡି ଏସ ଏସ ଓ, ଡି ସି ପି ଓ, ଡି ଏସ ଡବ୍ଲୁ ଓ, ଇ ଇ, ଆର୍ ଏଣ୍ଡ ବି,ନବରଙ୍ଗପୁର ଶ୍ରୀ ପ୍ରକାଶ ମିଶ୍ର ,ତହସିଲଦାର,ନବରଙ୍ଗପୁର,ବି ଡି ଓ,ନବରଙ୍ଗପୁରଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ! ଏହି ଜନ ଶୁଣାଣି ଶିବିରରେ ମୋଟ ୬୫ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ ! ସେଥିମଧ୍ୟରୁ ୫୬ ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୦୯ ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା ! ଏହି ଅବସରରେ ଜିଲ୍ଲା ଶ୍ରମ ବିଭାଗ ଦ୍ଵାରା ଶ୍ରମିକ କଲ୍ୟାଣ ଯୋଜନା ର ସହାୟତା ରାଶି ଯୋଗ୍ୟ ପଞ୍ଜୀକୃତ ହିତାଧୀକାରୀ ମାନଙ୍କୁ ଜିଲ୍ଲାପାଳ ଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ! ଉକ୍ତ ଶିବିରରେ ସର୍ବ ମୋଟ ଟ. ୧,୨୧,୭୦,୮୦୦/-( ଏକ କୋଟି ଏକୋଇଶି ଲକ୍ଷ ସତୁରି ହଜାର ଆଠ ଶହ ) ଟଙ୍କାର ସହାୟତା ରାଶି ମୋଟ ୪୩୧ ଜଣ ହିତାଧିକାରୀ ଙ୍କୁ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରାଯାଇଛି ! ଏଥିରେ ବିବାହ ସହାୟତା ୪୮ ଜଣଙ୍କୁ ୨୪,୦୦,୦୦୦/- ଟଙ୍କା, ପ୍ରସୂତି କାଳୀନ ସହାୟତା ୫୯ ଜଣଙ୍କୁ ୫,୯୦,୦୦୦/- ଟଙ୍କା, ଶିକ୍ଷା ସହାୟତା ୨୩୧ ଜଣଙ୍କୁ ୯,୬୫,୦୦୦/- ଟଙ୍କା, ମୃତ୍ୟୁ କାଳୀନ ସହାୟତା ୪୦ ଜଣକୁ ୮୦,୦୦,୦୦୦/- ଟଙ୍କା, ଅନ୍ତେଷ୍ଟିକ୍ରିୟା ସହାୟତା ୪୩ ଜଣକୁ ୨,୧୫,୦୦୦/- ଟଙ୍କା ଡି ବି ଟି ମାଧ୍ୟମରେ ବଣ୍ଟନ କରାଯାଉଛି ! ଉକ୍ତ ଶିବିରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ମୋଟ ୭ ଜଣ ହିତାଧିକାରୀମାନଙ୍କୁ ପାର୍ବତୀ ଗୌଡ଼ ଓ ଖେମା ଭତରାଙ୍କୁ ବିବାହ ସହାୟତା ୫୦,୦୦୦/- ଟଙ୍କା ଲେଖାଏଁ, ଧନୁର୍ଯ୍ୟୟ ଭତରା ଓ ସୁନାଦେଇ ଆମନାତ୍ୟଙ୍କୁ ମୃତ୍ୟୁ କାଳୀନ ଓ ଅନ୍ତେଷ୍ଟି କ୍ରିୟା ସହାୟତା ୨,୦୫,୦୦୦/- ଟଙ୍କା ଲେଖାଏଁ, ଭଗବତୀ ନାୟକଙ୍କୁ ଶିକ୍ଷା ସହାୟତା ୪୦,୦୦୦/- ଟ ଙ୍କା ଓ ସବିତା ଟାକ୍ରୀ ଓ ମଞ୍ଜୁଳା ମାଳିଙ୍କୁ ମାତୃତ କାଳୀନ ସହାୟତା ୧୦,୦୦୦/- ଟଙ୍କା ଲେଖାଏଁ ଡମି ଚେକ ମାଧ୍ୟମରେ ସହାୟତା ରାଶି ବଣ୍ଟନ କରିଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






