ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଠାରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ପାଇଁ ଜିଲ୍ଲା ଯୁବ ଛାତ୍ର ସଂଘ ଗଠିତ

Dec 6, 2024 - 12:07
 0  234
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଠାରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ପାଇଁ ଜିଲ୍ଲା ଯୁବ ଛାତ୍ର ସଂଘ ଗଠିତ

ନବରଙ୍ଗପୁର ଜିଲ୍ଲା ମଧ୍ୟରେ ଯୁବଛାତ୍ର ମାନଙ୍କ ସମସ୍ତ ପ୍ରକାର ସମସ୍ୟାର ସମାଧାନ ପାଇଁ ଓ ଜିଲ୍ଲା ଭିତ୍ତିକ ନିଯୁକ୍ତି ଆନ୍ଦୋଳନ କୁ ମଜବୁତ୍ କରିବା ପାଇଁ ଡ଼ାବୁଗାଁ ଠାରେ ଏକ ଜିଲ୍ଲା ସ୍ତରୀୟ ଯୁବଛାତ୍ର ସଂଘ କମିଟି ଗଠନ କରିବା ନିମନ୍ତେ ଜିଲ୍ଲା ସ୍ତରୀୟ ଏକ ସାଧାରଣ ସଭାର ଆୟଜନ କରାଯାଇଛି ! ଉକ୍ତ ବୈଠକରେ ଜିଲ୍ଲା ମଧ୍ୟରୁ ୧୦ ଗୋଟି ବ୍ଲକ ମଧ୍ୟର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଓ ବେରୋଜଗାର୍ ଯୁବକ ଯୁବତୀ ମାନେ ଉପସ୍ଥିତ ରହି ଏକ ମଜବୁତ୍ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇଛି ! ଆଗାମୀ ଦିନରେ ଏହି ସଂଘ ଦ୍ୱାରା ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବୀରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବୀକୁ ନେଇ ଆନ୍ଦୋଳନ କୁ ସମର୍ଥନ କରି ଆହୁରି ତୀବ୍ରତର ବା ଜୋରଦାର କରିବା ପାଇଁ ପଦକ୍ଷେପ ନିଆଯିବ,ଜିଲ୍ଲା ମଧ୍ୟରେ ଶିକ୍ଷା ଓ ନିଯୁକ୍ତି କୁ ନେଇ ସମସ୍ତ ପ୍ରକାର ସମସ୍ୟାର ସମାଧାନ ପାଇଁ ଏକ ହୋଇ ଲଢ଼ିବା ପାଇଁ ଏହି ସଙ୍ଗଠନ ଆଗାମୀ ଦିନରେ ଜିଲ୍ଲା ମଧ୍ୟରେ କାର୍ଯ୍ୟ କରିବ ! ଆଜିର ଏହି କମିଟି ଗଠନ ପାଇଁ ସମ୍ପୂର୍ଣ୍ଣ ପ୍ରୟାସ କରିଥିଲେ,ରାଜେଶ ଜାନୀ, ମାଣିକେଶ୍ଵର ଶବର,ବାବୁଲା ଭତରା,ଗିରିଧର ପୂଜାରୀ, ଯଶୋବନ୍ତ ମାଝୀ,ସନ୍ତୋଷ ପ୍ରଧାନୀ ଏଵଂ ୧୦ ଗୋଟି ବ୍ଲକରୁ ଆସିଥିବା ଶିକ୍ଷିତ ଯୁବକ ଯୁବତୀ ମାନେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ FIRST NEWS ODISHA !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ