ନବରଙ୍ଗପୁର ଜିଲ୍ଲାରେ ପି ଏମ କିସାନ " ଯୋଜନା ରେ କୃଷକ ମାନଙ୍କୁ ୨୧ ତମ ସହାୟତା ପ୍ରଦାନ

Nov 20, 2025 - 15:45
 0  35
ନବରଙ୍ଗପୁର ଜିଲ୍ଲାରେ ପି ଏମ କିସାନ " ଯୋଜନା ରେ କୃଷକ ମାନଙ୍କୁ ୨୧ ତମ ସହାୟତା ପ୍ରଦାନ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୯.୧୧.୨୦୨୫ ରିଖ: ଦେଶର କୃଷକମାନଙ୍କ କଲ୍ୟାଣ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ‘ପିଏମ କିସାନ୍’ ଯୋଜନା ଅଧୀନରେ ୨୦୨୫-୨୬ ବର୍ଷ ପାଇଁ ୨୧ତମ ସହାୟତା ଅର୍ଥବିତରଣ କାର୍ଯ୍ୟକ୍ରମ ନବରଙ୍ଗପୁର ମିଶନ୍ ଶକ୍ତି ସମ୍ମିଳନୀ କକ୍ଷ ଏବଂ ଉମରକୋଟ କୃଷି ବିଜ୍ଞାନ କେନ୍ଦ୍ର ଠାରେ ସଫଳତାର ସହ ଆୟୋଜିତ ହୋଇଥିଲା ! ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର କୋଏମ୍ବାଟୁରରୁ ସିଧା ପ୍ରସାରଣ ଆଭାସି ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଜାତୀୟ ଉଦଘାଟନ କରିଥିଲେ ! ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଗୌରୀ ଶଙ୍କର ମାଝି ଏବଂ ଅତିରିକ୍ତ ଜିଲ୍ଲାପାଳ ( ଛକସାଧାରଣ ) ତପନ କୁମାର ଖୁଣ୍ଟିଆ ଉପସ୍ଥିତ ହୋଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ! ସେମାନେ କୃଷକମାନଙ୍କୁ ଶୁଭେଚ୍ଛା ଜଣାଇ, ପିଏମ-କିସାନ୍ ଯୋଜନା କୃଷକମାନଙ୍କ ଆର୍ଥିକ ସଶକ୍ତିକରଣରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଉଥିବା ବୋଲି ଉଲ୍ଲେଖ କରିଥିଲେ ! ନବରଙ୍ଗପୁର, ନନ୍ଦାହାଣ୍ଡି ଓ ତେନ୍ତୁଳୀଖୁଣ୍ଟି ବ୍ଲକର ସର୍ବମୋଟ ୧୦୦ ଜଣ କୃଷକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ! ସେଭଳି ଉମରକୋଟ କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜିତ "ପି ଏମ କିସାନ୍ " ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଲୋକସଭା ବଳଭଦ୍ର ମାଝି ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି କୃଷକ ମାନଙ୍କୁ ଏହି ଅର୍ଥ ସହାୟତା କୃଷିର ଉନ୍ନତିରେ ନିଶ୍ଚୟ ସହାୟକ ହେବ ବୋଲି କହିଥିଲେ ! ମାନ୍ୟବର ସାଂସଦ ଙ୍କ ସମେତ କୁଞ୍ଜ ବିହାରୀ ଦାସ,ଶ୍ରୀମତୀ ବାସନ୍ତୀ ମାଝୀ,ରାମ ନାୟକ ଓ କୃଷି ଅଧିକାରୀ ଉପସ୍ଥିତ ଥିଲେ !ଜିଲ୍ଲାର ୧୦୪୦୯୩ ଜଣ କୃଷକ ଙ୍କ ଜମା ଖାତାକୁ ପ୍ରତ୍ୟେକ ୨୦୦୦ ଟଙ୍କା ହିସାବରେ ମୋଟ ୨୦ କୋଟି ୮୧ ଲକ୍ଷ ୮୬ ହଜାର ଟଙ୍କା ଆଜି ଜମା ହୋଇଛି ! ଏହି ଅର୍ଥ ସହାୟତା ପାଇବା ଫଳରେ ଜିଲ୍ଲାର କୃଷକମାନେ ନୂତନ ଉତ୍ସାହ, ଆଶା ଓ ଏକ ସୁନ୍ଦର କୃଷି ଭବିଷ୍ୟତ ପାଇଁ ପ୍ରେରଣା ସହିତ ଚାଷକାମରେ ଲାଗିପାରିବେ ବୋଲି ମତବ୍ୟକ୍ତ ହୋଇଛି ! ମିଶନ ଶକ୍ତି ସମ୍ମିଳନୀ ଗୃହ ସିଧା ପ୍ରସାରଣ କାର୍ଯ୍ୟକ୍ରମ ରେ ଡି ଆଇ ପି ଆର୍ ଓ ମନୋଜ ବେହେରା, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଚିନ୍ତାମଣି ବେହେରା,ସମସ୍ତ ବ୍ଲକ୍ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ ,କୃଷି ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ