।। ନଙ୍ଗଲବେଡାଗ୍ରାମର ଜଣେ ବୃଦ୍ଧାଙ୍କ ଦୁଇବର୍ଷ ହେବ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ।।

Sep 17, 2024 - 18:58
 0  14
।। ନଙ୍ଗଲବେଡାଗ୍ରାମର ଜଣେ ବୃଦ୍ଧାଙ୍କ ଦୁଇବର୍ଷ ହେବ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ।।

ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ମୁନିଗୁଡ଼ା ବ୍ଲକ ଅଧିନସ୍ଥ ଶରଧାପୁର ପଞ୍ଚାୟତ ର ନଙ୍ଗଲବେଡା ଗ୍ରାମ ରେ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ। ଦୁଇ ବର୍ଷ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଓ ପଞ୍ଚାୟତ ଅଧିକାରୀ ମାନେ ଗରିବ ଲୋକଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହେଉଛି। ଶରଧାପୁର ପଞ୍ଚାୟତର ସାଧାରଣ ଗରିବ ନିରୀହ ବୃଦ୍ଧା ଜଣକ ବାର୍ଦ୍ଧକ୍ୟ ଭତ୍ତା ନିମନ୍ତେ ପଞ୍ଚାୟତ ରୁ ବ୍ୟାଙ୍କ ଓ ବ୍ୟାଙ୍କ ରୁ ପଞ୍ଚାୟତ କୁ ବୁଲି ବୁଲି ଥକି ଯାଉଛନ୍ତି ବୋଲି ଅଭିଯୋଗ ହେଉଛି। ଅତି ଦୁଃଖର ବିଷୟ ଦୀର୍ଘ ଦୁଇ ବର୍ଷ ହେବ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଶରଧାପୁର ପଞ୍ଚାୟତର ନଙ୍ଗଲବେଡା ଗ୍ରାମର ଗରିବ ଆଦିବାସୀ ନନ୍ଦ ହାଜାଡି ଭତ୍ତା ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ଥିବା ପରିବାର ଲୋକଙ୍କଠାରୁ ଜଣାପଡ଼ିଛି । ଖବର ନେବାରୁ ଜଣା ପଡ଼ିଛି ଯେ ଗରିବ ଆଦିବାସୀ ବୃଦ୍ଧ ଜଣକ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରତି ମାସରେ ନଗଦ ଟଙ୍କା ପାଉଥିଲେ । କିନ୍ତୁ ଯେଉଁ ଦିନ ଠାରୁ ରାଜ୍ୟ ଓ କେନ୍ଦ୍ର ସରକାର ବ୍ୟାଙ୍କ ଆକାଉଣ୍ଟ ରେ ଟଙ୍କା ପଠାଇବା ବ୍ୟବସ୍ଥା ଆରମ୍ଭ କଲେ ସେହି ଦିନ ଠାରୁ ନନ୍ଦ ହାଜାଡି କୈାଣସି କାରଣରୁ ଆଉ ଟଙ୍କା ପାଇ ପାରୁ ନାହାଁନ୍ତି। ଏହି କ୍ଷେତ୍ରରେ ଦୁଇ ବର୍ଷ ମଧ୍ୟରେ ବାରମ୍ବାର ପଞ୍ଚାୟତକୁ ଯାଇ ଶରଧାପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ମାଧବ ମହାନନ୍ଦିଆ ଙ୍କୁ ପଚାରିଲେ ସେ ତୁମ ଆକାଉଣ୍ଟ ରେ ଟଙ୍କା ଯାଇଛି କହି ଫେରାଇ ଦେଇଛନ୍ତି। ଅନ୍ୟ ପକ୍ଷେ ବ୍ୟାଙ୍କ କୁ ଯାଇ ଅଧିକାରୀଙ୍କୁ ପଚାରିଲେ ଟଙ୍କା ଆସିନି କହୁଛନ୍ତି । ବୃଦ୍ଧ ଜଣକ ଏବେ ପାରାଲିସ୍ ହୋଇଯାଇଛନ୍ତି ଏହି ସମୟରେ ଭାବୁଛନ୍ତି ଭତ୍ତାଟଙ୍କା ପାଇଥିଲେ ମେଡିକାଲ ଯାଇ ଚିକିତ୍ସା କରାଇଥାନ୍ତେ ଏଭଳି ହରଡ଼ ଘଣାରେ ପଡ଼ି ଛଟ ପଟ ହେଉଛନ୍ତି ବିଚରା ଗରିବ ନିରୀହ ଆଦିବାସି ବୃଦ୍ଧ ଜଣକ । ବାରମ୍ବାର ଧାଁ ଦୌଡ଼ କରି ଥକିଯାଇ ନୟ ନୟାନ୍ତ ହେଲେଣି। ଆର୍ଥିକ ଦୁର୍ବଳତା ହେବା ସହ ମାନସିକ ଓ ଶାରୀରିକ ଦୁଃଖରେ ଭାଙ୍ଗି ପଡିଛନ୍ତି। ବୟସର ଅପରାହ୍ନରେ ସରକାରଙ୍କ ଦ୍ୱାରା ଦିଆ ଯାଉଥିବା ମାସିକ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା କୁ ଅନାଇ ରହି ବଞ୍ଚିବାର ସାହାରା ଭାବୁ ଥିବା ବେଳେ ସେହି ମାସିକ ଭତ୍ତା ଟଙ୍କା ମିଳି ପାରୁନି। ଏଭଳି ଦୁଃଖରେ ଭାଙ୍ଗି ପଡିଛନ୍ତି ଏହି ଗରିବ ଆଦିବାସୀ ବୃଦ୍ଧ ବାପା ଜଣକ। ସ୍ଥାନୀୟ ସରପଞ୍ଚ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ କାକୁର୍ତି ମିନତି ହୋଇ ଗୁହାରୀ ଜଣାଇଛନ୍ତି ହେଲେ ବୃଦ୍ଧ ବାପା ଙ୍କ ଦୁଃଖ କିଏ ଗୁହାରୀ ବୁଝିବା ପାଇଁ କେହି ନାହାଁନ୍ତି । କେବଳ ଖାଲି ହାତରେ ହିଁ ନିରାଶ ହୋଇ ଫେରିବାକୁ ପଡ଼ୁଛି। ଏଣୁ ଯଥାଶୀଘ୍ର ଏହାର ତଦନ୍ତ କରିବା ସହ କେମିତି ବୃଦ୍ଧ ଜଣକ ଭତ୍ତା ଟଙ୍କା ପାଇପାରିବେ ସେନେଇ ବ୍ୟବସ୍ଥା କରିବାକୁ ପ୍ରସାଶନକୁ ଅଞ୍ଚଳ ବାସୀ ଦାବି କରିଛନ୍ତି।

 ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ