।। ଦୁଇ ଠକ ଗିରଫ:ଟିଟିଲାଗଡ ପୋଲିସ ର ସାମ୍ବାଦିକ ସମ୍ମିଳନୀ ।।

Feb 5, 2024 - 18:48
 0  33
।। ଦୁଇ ଠକ ଗିରଫ:ଟିଟିଲାଗଡ ପୋଲିସ ର ସାମ୍ବାଦିକ ସମ୍ମିଳନୀ ।।

ବଲାଙ୍ଗୀର ଜିଲ୍ଲା ରେ ବର୍ତମାନ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ ଲକ୍ଷ୍ମୀ ବସ ଯୋଜନା। କିନ୍ତୁ ତା ପୂର୍ବରୁ ଆଶାୟୀ ଙ୍କୁ ଚୁନା ଲଗେଇବା ରେ ସଫଳ ହେଲେଣୀ ଠକ ଲୋକ। ଲକ୍ଷ୍ମୀ ବସରେ କଣ୍ଟକଟର ନିଯୁକ୍ତି କରାଇ ଦେବାକୁ କହି ଆଶାୟୀଙ୍କ ନିକଟରେ ଦାବୀ କରିଥିଲେ ୨୫ ହଜାର ଟଙ୍କା। ସୋସିଆଲ ମିଡିଆରେ ଅଡିଓ ଓ ଭିଡିଓ ଭାଇରାଲ ହେବାପରେ ବିଭାଗ ତତ୍ପରତା ପ୍ରକାଶ କରି ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାକୁ ପୋଲିସ ଅତ୍ଯନ୍ତ ଗମ୍ଭିରତା ର ସହ ନେବା ସହ ଦୁଇ ଠକ କୁ ଆଜି ଗିରଫ କରିବାରେ ସଫଳ ହୋଇଥିବା ନେଇ ଆଜି ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଟିଟିଲାଗଡ଼ SDPO । ଗିରଫ ଅଭିଯୁକ୍ତ ମାନେ ହେଲେ ରାୟଗଡା ଜିଲ୍ଲା ଗୁଣପୁର ର ସରୋଜ କୁମାର ଲିମା ଓ କଣ୍ଟାବାଞ୍ଜି ର ବେନୁଗୋପାଳ ବେହେରା ବୋଲି ଜଣାପଡିଛି। ସେମାନଙ୍କ ନିକଟରୁ ଏକ ନୀଳ ରଂଗର ହ୍ଯୁଣ୍ଡାଇ ଇଅନ କାର,4700 ଟଙ୍କା, ଜାଲ ନିଯୁକ୍ତି ପତ୍ର, ଏକ ମୋବାଇଲ ଫୋନ, ଏକ ସିମ କାର୍ଡ ଓ 2 ଟି ନୋଟ ବୁକ ପୋଲିସ ଜବତ କରିଛି। ତେବେ ଅଭିଯୁକ୍ତ ମାନେ ଅନେକ ଆଶାୟୀ ଙ୍କ ନିକଟରୁ ଏଭଳି ମିଥ୍ଯା ପ୍ରତିଶ୍ରୁତି ଦେଇ ନଗଦ ଟଙ୍କା ନେଇଥିବା ଜଣାପଡୁଥିବା ବେଳେ ଏହାର ଚେର କେତେ ଯେ ଲମ୍ବା ହୋଇପାରେ ତାହା ତଦନ୍ତ ପରେ ଜଣାପଡିବ l

 ଟିଟିଲାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ସହିତ ବାଳକୃଷ୍ଣ ମିଶ୍ର ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ