।। ଦୁଇ ଅଭିଯୁକ୍ତ ସହ ସାତଲକ୍ଷ ଟଙ୍କାର କାଠ ଓ ଗାଡି ଜବତ କଲା ଟିକରି ବନ ବିଭାଗ ।।

Feb 14, 2024 - 11:54
 0  24
।। ଦୁଇ ଅଭିଯୁକ୍ତ ସହ ସାତଲକ୍ଷ ଟଙ୍କାର କାଠ ଓ ଗାଡି ଜବତ କଲା ଟିକରି ବନ ବିଭାଗ ।।

ରାୟଗଡା ଜିଲ୍ଲା କାଶିପୁର ବ୍ଳକ ଟିକିରି ବନାଞ୍ଚଳ ଅଧିନସ୍ଥ କୁଚେଇପଦର ଗ୍ରାମ ନିକଟରୁ ଗତକାଲି ରାତିତ୍ରୀରେ ଏକ ଭ୍ୟାନ ରେ ବହୁମୂଲ୍ୟର ଶାଗୁଆନ କାଠ ଚରା ଚାଲାଣ ହେଉଥିବା ଟିକିରି ବନାଞ୍ଚଳ ଅଧିକାରୀଙ୍କୁ ସୂଚନା ମିଳିଥିଲା। ଶାଗୁଆନ ବୋଝେଇ ଗାଡିଟି କୁଚେଇ ପଦର ରୁ ଟିକିରି ଅଭିମୁଖେ ଆସୁଥିବା ବେଳେ ଟିକିରି ବନାଞ୍ଚଳ ଅଧିକାରୀ ମାନେ ଉକ୍ତ କାଠ ବୋଝେଇ ଭ୍ୟାନ କୁ ଠାବ କରି ବନ ବିଭାଗ ଏକ ବଡ ଧରଣ ର ସଫଳତା ହାସଲ କରିଛି। ଉକ୍ତ ଘଟଣାଟି ଗତକାଲି ରାତ୍ରୀ ପ୍ରାୟ ୧୨ଟା ରୁ ୩ ଘଣ୍ଟିଆ ସମୟ ମଧ୍ୟରେ କୁଚେଇପଦର ଗ୍ରାମ ନିକଟରେ ଗୋଟିଏ ଭ୍ୟାନ ରେ ଶାଗୁଆନ କାଠ ବହୁପରିମାଣରେ ବୋଝେଇ ହୋଇ ଯାଉଥିବା ସମୟରେ ଟିକିରି ଗୋକୁଳମୁଣ୍ଡା ପେଟ୍ରାଲ୍ ପମ୍ଫ ନିକଟରେ ଗାଡ଼ି କୁ ବନ ବିଭାଗ ଅଧିକାରୀ ମାନେ ଠାବ କରିଥିଲେ। ଅଧିକାରୀ ମାନେ ଗାଡିଟିକୁ ଅଟକାଇ କେଉଁ କାଠ ନିଆ ଯାଉଥିବା ଜାଣିବାକୁ ଚେଷ୍ଟା କରିଥିଲେ ହେଲେ ଉକ୍ତ ଅଭଯୁକ୍ତ ମାନେ ନୀଳଗିରି ଗଛ ନେଉଥିବା କହିବା ସହ ନୀଳଗିରି କାଠ ନେଉଥିବାର କାଗଜ ପତ୍ର ଦେଖାଇ ଉକ୍ତ ସ୍ଥାନରୁ ତରବରିଆ ଭାବେ ଖସି ଯିବାକୁ ଉଦ୍ୟମ କରିଥିଲେ । କିନ୍ତୁ ତାହା ଜାଲ କାଗଜ ପତ୍ର ଦେଖାଇ ଥିବା ଅଧିକାରୀ ମାନେ ଜାଣି ପାରି ତୁରନ୍ତ ଦୁଇଜଣ ବ୍ୟକ୍ତିଙ୍କ ସମେତ କାଠ ସହ ଓଡି -୦୨-ବି.କେ ୩୨୪୪ ନମ୍ବର ର ଗାଡିକୁ ନିଜ ହେପାଜତ୍ର କୁ ନେଇ ପଚାରା ଉଚରା କରିବା ପରେ ବ୍ରହ୍ମପୁର କିମ୍ବା ଭୂବନେଶ୍ଵର ନେଉଥିବା ଜଣାପଡିଥିଲା। ଠାବ କରିଥବା କାଠ ର ମୁଲ୍ୟ ହାରାହାରୀ ସାତ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ହୋବ ବୋଲି ବନ ବିଭାଗ ପକ୍ଷରୁ ସୁଚନା ମିଳିଛି ଦିଆ ଯାଇଛି।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ