ଦୁଇଦିନିଆ ନୂଆପଡା ଜ଼ିଲ୍ଲା ଗସ୍ତରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ

Dec 21, 2024 - 20:21
 0  7
ଦୁଇଦିନିଆ ନୂଆପଡା ଜ଼ିଲ୍ଲା ଗସ୍ତରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ

ନୂଆପଡା : ଲୋକଙ୍କ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାରର ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଗତ କାଲି କଳାହାଣ୍ଡି ରୁ ସଡକ ପଥ ଯୋଗେ ନୂଆପଡା ଜ଼ିଲ୍ଲାଙ୍କୁ ଆସି ସ୍ଥାନୀୟ ସର୍କିଟ ହାଉସରେ ରାତ୍ରି ଜାପାନ କଲା ପରେ ସକାଳ 8ଟା ସମୟରେ ସର୍କିଟ ହାଉସରୁ ବାହାରି ସଦର କୋମନା ବ୍ଲକ ଅନ୍ତର୍ଗତ କୁରୁମପୁରୀ (ପିପିସି) ପରିଦର୍ଶନ କରି ଚାଷୀଙ୍କ ସହ ମିଶି ଚାଷୀଙ୍କ ସମସ୍ୟା ପଚାରି ବୁଝିଥିଲେ ପରେ ବିଭିନ୍ନ ଧାନ ମଣ୍ଡି ଯଥା ବେଲଟୁକୁରି ମଣ୍ଡି, ଡୁମରପାଣି ମଣ୍ଡି, ସାରାବଙ୍ଗ ମଣ୍ଡି, ପରିଦର୍ଶନ କରି ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ବୁଝିଥିଲେ ପରେ ନବଦିତ୍ୟ ବିଦ୍ୟାଳୟ ଖରିଆର ରୋଡ ଠାରେ ପହଞ୍ଚି ବିଦ୍ୟାଳୟ ପରିଦର୍ଶନ କରିଥିଲେ l ପରେ ଅପରାହ୍ନ 3ଟା ବେଳେ ସ୍ଥାନୀୟ ସର୍କିଟ ହାଉସରୁ ବାହାରି ସଡକ ପଥ ଯୋଗେ ବଲାଙ୍ଗୀର ଜ଼ିଲ୍ଲା ଅଭିମୁଖେ ଯାତ୍ରା କରିଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ