ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ଚିହ୍ନଟି କରଣ ଓ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

Oct 1, 2024 - 19:09
 0  19
ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ଚିହ୍ନଟି କରଣ ଓ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡା : ସମଗ୍ର ଶିକ୍ଷା ନୂଆପଡ଼ା ଆନୁକୁଲ୍ୟରେ ସଦର ବ୍ଲକ ଅନ୍ତର୍ଗତ ନେସନାଲ ସରକାରୀ ଉଚ୍ଚ ବିଦ୍ୟାଳୟ ନୂଆପଡା ଠାରେ ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ଚିହ୍ନଟି ଓ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ଶିକ୍ଷଧିକାରୀ ଶ୍ରୀ କରୁଣାକର ଭୁଏ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସୁଧାଂଶୁ ଶେଖର ମିଶ୍ର ଙ୍କ ମାର୍ଗଦର୍ଶନ ରେ ଓ ନୂଆପଡା ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ହେମାଗର ମହାନନ୍ଦ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ଶିବିର ରେ ନୂଆପଡା ବ୍ଲକ ର 90 ଜଣ ଦିବ୍ୟାଙ୍ଗ ଛାତ୍ର ଛତ୍ରୀ ଓ ତାଙ୍କ ମାତା ପିତା ଯୋଗ ଦେଇଥିଲେ l ନୂଆପଡା ଗୋଷ୍ଠୀ ଅଧିକାରୀ ଶ୍ରୀ ହେମାସାଗର ମହାନନ୍ଦ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉତ୍କଳମଣି ଅଗସ୍ତି, ଜିଲ୍ଲା ଅନ୍ତର୍ଣିବେଶି ଶିକ୍ଷା ସଂଯୋଜକ ଶ୍ରୀ ହେମନ୍ତ କୁମାର ଭୋଇ, ଏଲିମକୋ ଭୁବନେଶ୍ୱର ଚିହ୍ନଟି କରଣ ପାଇଁ ଆସିଥିବା ଡକ୍ଟର ସୋମନାଥ, ଡକ୍ଟର ଧରିତ୍ରୀ ଗଡାତ୍ୟା, ବିଶ୍ଵ ରଞ୍ଜନ ପୃଷ୍ଟି ଯୋଗଦେଇ ଶିବିର ରେ ଯୋଗ ଦେଇ ଚିହ୍ନଟ ହୋଇଥିବା ଦିଵ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କୁ ଉପକରଣ ବଣ୍ଟନ କରିଥଲ l ଏଥିରେ ଉପସ୍ଥିତ ସମସ୍ତ ଦିଵ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ପରୀକ୍ଷା କରି ତିନି ଚକିଆ ଗାଡ଼ି 1ଟି, ହୋଇଲ ଚେୟାର 6ଟି, ସିଡ଼ି ଚେୟାର 10ଟି, ବ୍ଲାଇଂଡ କିଟ 6, ସ୍ମାର୍ଟ କେନ 6ଟି, ହେୟାରିଂ ଏଡ଼ 40ଟି, କ୍ରଚେସ 3ଟି, ଏମଏସଆଇଡି କିଟ 20 ଟି ଉପକରଣ ବଣ୍ଟନ କରାଯାଇଥିଲା । ନୂଆପଡା ବିଆରଟି ଶ୍ରୀ ଉପେନ୍ଦ୍ର ସାମଲ ଓ କାର୍ତ୍ତିକ ବିଶ୍ବାଳ ପରିଚାଳନା କରିଥିବା ବେଳେ ବୈକୁଣ୍ଠ ଖର୍ସେଲ, ଡଗେଶ୍ୱର ସାହୁ, କାମଦେବ ଦେୱାଙ୍ଗନ୍, କେଜି ପଟେଲ, କୁମାରୀ ବାଇ ସତ୍ନମୀ, ଓମ୍ ପ୍ରକାଶ ବାରିକ, ରେଣୁବାଳା ସାମଲ, ସୁରେଶ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ