।। ଦାରିଙ୍ଗବାଡି ବ୍ଲକରେ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ ନବନିଯୁକ୍ତ ଉପଜିଲାପାଳ ।।

Feb 2, 2024 - 17:23
 0  9
।। ଦାରିଙ୍ଗବାଡି ବ୍ଲକରେ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ ନବନିଯୁକ୍ତ ଉପଜିଲାପାଳ ।।

କନ୍ଧମାଳ:(କୋରାପୁଟ ପ୍ରଥମ ଖବର): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ କାର୍ଯ୍ୟାଳୟରେ ନବନିଯୁକ୍ତି ହୋଇଥିବା ଉପଜିଲାପାଳ ଡ. ରୀନା ପ୍ରଧାନ ଶୁକ୍ରବାର ଦାରିଙ୍ଗବାଡ଼ି ଗସ୍ତ କରି ଅଚାନକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ସମ୍ପର୍କରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରି ସ୍ବାସ୍ଥ୍ୟକେନ୍ଦ୍ରର ରୂପାନ୍ତର କାର୍ଯ୍ୟକୁ ବୁଲିଦେଖିଛନ୍ତି। ଏଥିସହ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l ସେହିପରି ଡ. ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ରୂପାନ୍ତର କାର୍ଯ୍ୟ ପରିଦର୍ଶନ କରିଛନ୍ତି। ସେହିପରି ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଯେଉଁ ସବୁ ବିଦ୍ୟାଳୟରେ ବୁଥ୍‌ କରାଯିବାକୁ ଯୋଜନା କରାଯାଇଛି ସେଗୁଡ଼ିକ ମଧ୍ୟରୁ ଡବେରୀ ସେବାଶ୍ରାମ, ବୁର୍ଜୁବାଡି ବିଦ୍ୟାଳୟକୁ ଯାଇ ବୁଲି ସେଠାକାର ପରିସ୍ଥିତି ଓ ମତଦାତାଙ୍କ ସୁବିଧା ଆଦି ଦେଖିଥିଲେ। ପରେ ଦାରିଙ୍ଗବାଡ଼ି ଅଞ୍ଚଳରେ ହୋଇଥିବା ଷ୍ଟ୍ରବେରୀ ଚାଷଜମିକୁ ବୁଲି ଦେଖିବା ସହ ଏହି ଚାଷ କରୁଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସହ ଆଲୋଚନା କରିଥିଲେ। ଉପଜିଲାପାଳ କାର୍ଯ୍ୟରେ ଯୋଗଦେବା ପରେ ଏହା ଦାରିଙ୍ଗବାଡ଼ି ପ୍ରଥମ ଗସ୍ତ ବୋଲି ଜଣାପଡ଼ିଛି। ତାଙ୍କ ସହ ସ୍ଥାନୀୟ ବିଡିଓ ଗଦାଧର ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର ପାତ୍ର ଓ ଅନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀ, କୋରାପୁଟ ପ୍ରଥମ ଖବର l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ