।। ଦଣ୍ଡ ମୁକ୍ତ ଅଞ୍ଚଳ ରେ ଛାତ୍ରଛାତ୍ରୀ ଙ୍କୁ ଦଣ୍ଡ। ଉଆ ଉଆ ରେ ସରକାରଙ୍କ ।।

Jan 20, 2024 - 21:12
 0  24
।। ଦଣ୍ଡ ମୁକ୍ତ ଅଞ୍ଚଳ ରେ ଛାତ୍ରଛାତ୍ରୀ ଙ୍କୁ ଦଣ୍ଡ। ଉଆ ଉଆ ରେ ସରକାରଙ୍କ ।।

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ୧୯/୧ ରାଜ୍ୟସରକାର ଶିକ୍ଷାର ଭିତ୍ତି ଭୂମି ଓ ବିକାଶ ପାଇଁ ଅନେକ ଯୋଜନା ମାଧ୍ୟମ ରେ ଛାତ୍ର ଛାତ୍ରୀ ଙ୍କୁ ୫ଟି ଆଧାର ରେ ବିଭିନ୍ନ ବୈଷୟିକ ଶିକ୍ଷା ଦେବାର ବ୍ୟବସ୍ଥା କରିଅଛନ୍ତି l କିନ୍ତୁ କୋମଳ ମତି ଛାତ୍ରଛାତ୍ରୀ ମାନେ ବେଳେ ବେଳେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ର ଶିକାର ହେଉଅଛନ୍ତି l ସରକାର ବିଦ୍ୟାଳୟ ମାନଙ୍କ ରେ ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା କରି ଛନ୍ତି କିନ୍ତୁ ତାହା ବେଳେ ବେଳେ ନିୟୋଜିତ ଶିକ୍ଷକ ମାନେ ତାହାର ଅବମାନନା କରୁଛନ୍ତି l ଠିକ ଏଭଳି ଏକ ଘଟଣା ଘଟିଛି ତୁରେକେଲା ବ୍ଲକ ଚଟୁଅନକା ପଂଚାୟତ ର ଚଟୁଅନକା ଉ ନ୍ୱିତ ଉଚ୍ଚ ବିଦ୍ୟାଳୟ ଚଟୁଅନକାରେ l ଗତକାଲି ସକାଳେ ପୁସ୍ତକ ଉନ୍ମ୍ମୋଚନ କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ସେହି ସ୍କୁଲ ର ବିଜ୍ଞାନ ମାଷ୍ଟର ପ୍ରଭାତ ହରପାଳ ବାଡ଼ିରେ ଷଷ୍ଠ ଓ ସପ୍ତମ ପ ଢ଼ୁଥିବା ୬ ଜଣ ଛାତ୍ର ଙ୍କୁ ପ୍ରବଳ ମାଡ଼ ମାରିଥିଲେ l ଛାତ୍ର ମାନଙ୍କ ଗୋଡ ହାତ ମୁ ହଁ ଫୁଲି ଯାଇଥିଲା ଓ ବାଡ଼ିର ଦାଗ ଆସିଥିଲା l ପରେ ଖବର ପାଇ ଅଭିଭାବକ ମାନେ ସ୍କୁଲ ରେ ପହଂଚି ହୋ ହାଲ୍ଲା ହୋଇ ଥିଲେ ଓ ପରେ କଣ୍ଟାବାଞ୍ଜି ପୋଲିସ ଘଟଣା ସ୍ଥଳ ରେ ପହଂଚି ବୁଝା ସୁଝା କରିଥିଲେ l ପରେ ଛାତ୍ର ମାନଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା l ପ୍ରଶ୍ନ ଉଠୁଛି ସରକାର ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା କରୁଥିବା ବେଳେ ଶିକ୍ଷକ ମାନେ ତାହାକୁ ଭୃକ୍ଷେପ କରୁଥିବା କେତେ ଦୂର ଶିକ୍ଷାର ଦୂର ଦୃଷ୍ଟି l ଅଭିଭାବକ ଙ୍କ ଅଭି ଯୋଗ ହେଲା ସମୃକ୍ତ ବିଜ୍ଞାନ ମାଷ୍ଟର କୁ ସେହି ସ୍କୁଲ ରୁ ବାହାର କରି ଦିଆଯାଉ ଏବଂ ତାକୁ ଆଇନ ଅନୁସାରେ ନିଲମ୍ବନ କରିବାକୁ ଦାବୀ କରିଛନ୍ତି ସେପଟେ ସି ଆର ସି ସି ଅମରେନ୍ଦ୍ର ବାଗ ଘଟଣା ର ତଦନ୍ତ କରୁଥିବା ସୂଚନା ମିଳିଅଛି l ବିଇଓ ଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ l

କଣ୍ଟାବାଞ୍ଜି ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ