ଥାନାକୁ ଡାକି ଛାତ୍ରଙ୍କୁ ମାଡ ଘଟଣା ଜିଲ୍ଲା କଂଗ୍ରେସ ପକ୍ଷରୁ ଏସପିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Dec 31, 2025 - 20:17
 0  13
ଥାନାକୁ ଡାକି ଛାତ୍ରଙ୍କୁ ମାଡ ଘଟଣା ଜିଲ୍ଲା କଂଗ୍ରେସ ପକ୍ଷରୁ ଏସପିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବାରିପଦା ତା 31/12(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା.) ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ପୋଲିସ ଥାନା ଭିତରେ ଜଣେ ଛାତ୍ରଙ୍କୁ ଶାରୀରିକ ନିର୍ଯ୍ୟାତନା ଦେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି. ସୂଚନା ଅନୁଯାୟୀ ମୋରଡା ଥାନା ଅଧୀନ ସନ୍ୟାସୀ ଗ୍ରାମର ସୁଶାନ୍ତ ପାତ୍ର ରାସଗୋବିନ୍ଦପୁର ଥାନା ଅଧୀନ ଏକ ମହାବିଦ୍ୟାଳୟରେ ଯୁକ୍ତ ୩ର ଛାତ୍ର ଅଟନ୍ତି. ତେବେ ଉକ୍ତ ମହାବିଦ୍ୟାଳୟର ଜୈନକ ଛାତ୍ରୀ ମୋରଡା ଥାନା ଅଞ୍ଚଳର ହୋଇଥିବା ବେଳେ ଛାତ୍ରୀ ଜଣକ ସୁଶାନ୍ତଙ୍କ ବନ୍ଧୁଙ୍କ ସହିତ କୁଆଡେ ପଳାଇଛନ୍ତି. ଉକ୍ତ ଘଟଣାକୁ ନେଇ ମୋରଡା ପୋଲିସ ତଦନ୍ତ ନିମନ୍ତେ ୨୫ତାରିଖ ରାତିରେ ସୁଶାନ୍ତଙ୍କୁ ଥାନାକୁ ଡାକି ପଚରା ଉଚୁରା କରିଥିଲା. ତେବେ ପଚରା ଉଚୁରା ସମୟରେ ଏସଆଇ ନିରାକର ପ୍ରଧାନ ସୁଶାନ୍ତଙ୍କୁ ଧମକ ଚମକ ଦେବା ସହିତ ମାଡ଼ ମାରିଥିବା ଏବଂ ପରବର୍ତ୍ତୀ ଅବସ୍ଥାରେ ପ୍ରବଳ ଥଣ୍ଡା ସତ୍ୱେ ସୁଶାନ୍ତଙ୍କ ଶୀତ ବସ୍ତ୍ର ଖୋଲି ଥାନାରେ ରଖିଥିଲେ ବୋଲି ସୁଶାନ୍ତ ଅଭିଯୋଗ ଆଣିବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ର ବାତାବରଣ ଦେଖାଦେଇଛି. ତେବେ ଜଣେ ହରିଜନ ଛାତ୍ରଙ୍କୁ ଥାନାରେ ମାଡ଼ନେଇ ଜିଲ୍ଲା କଂଗ୍ରେସ ସଭାପତି ପୂର୍ଣଚନ୍ଦ୍ର ବିଶ୍ୱାଳ ଉଦବେଗ ପ୍ରକାଶ କରିଛନ୍ତି. ଆଜି ଜିଲ୍ଲା କଂଗ୍ରେସ ସଭାପତିଙ୍କ ନିର୍ଦ୍ଦେଶରେ ପୂର୍ବତନ ଟାଉନ କଂଗ୍ରେସ ସଭାପତି ଶାନ୍ତନୁ ପାଲଙ୍କ ନେତୃତ୍ୱରେ ରାଜୀବ ଗାନ୍ଧୀ ସଂଗଠନ ରାଜ୍ୟ ସମ୍ପାଦକ ମିନକେତନ ବେହେରା, ପୁର୍ବତନ ବିଧାୟିକା ପ୍ରାଥିନି ଗୌରୀ ନାୟକ, ମହିଳା ନେତ୍ରୀ ଭୁବନେଶ୍ଵରୀ ଜେନା, ନିର୍ମଳ ପ୍ରଧାନ, ପୁର୍ବତନ ଛାତ୍ର କଂଗ୍ରେସ ସଭାପତି ବିକାଶ ମହଭୋଇ, ଭବାନୀ ଶଙ୍କର ସାହୁ, ଛାତ୍ର ନେତା ଅଭିଷେକ ଯାଦବ ପ୍ରମୁଖ ମୟୁରଭଞ୍ଜ ଏସପିଙ୍କ ଉଦ୍ଦେଶ୍ୟରେ ଘଟଣାର ଉଚିତ ତଦନ୍ତ କରି ଛାତ୍ରକୁ ମାଡ଼ ମାରିଥିବା ଅଧିକାରୀ ବିରୁଦ୍ଧରେ କଡ଼ା କାର୍ଯ୍ୟନୁଷ୍ଠାନ ପାଇଁ ଦାବୀ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ