ତିନି ଦିନିଆ ଜିଲ୍ଲା ସ୍ତରୀୟ ଆଦି କର୍ମଯୋଗୀ ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ

Sep 5, 2025 - 23:06
 0  10
ତିନି ଦିନିଆ ଜିଲ୍ଲା ସ୍ତରୀୟ ଆଦି କର୍ମଯୋଗୀ ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ

ମାଲକାନଗିରି, ୫/୯/୨୫: ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ହଳଧର ଶବରଙ୍କ ଅଧ୍ୟକ୍ଷତାରେ ତିନିଦିନିଆ ଜିଲ୍ଲା ସ୍ତରୀୟ ଆଦି କର୍ମଯୋଗୀ ତାଲିମ କାର୍ଯକ୍ରମ ଉଦ୍ଘାଟିତ ହୋଇଯାଇଛି। ଏହି ତାଲିମ ରେ ଶିକ୍ଷା, ସ୍ବାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, ମହିଳା ଓ ଶିଶୁ ବିକାଶ, ପଞ୍ଚାୟତିରାଜ, ଅନୁସୂଚିତ ଜନଜାତି ଓ ଅନୁସଚିତ ଜାତି ଉନ୍ନୟନ ବିଭାଗର ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କୁ ଜିଲ୍ଲାସ୍ତରୀୟ ତାଲିମ ପ୍ରଦାନ କରାଯାଇଛି। ଉକ୍ତ ତାଲିମ ରେ ଜିଲ୍ଲା ମଙ୍ଗଳ ଅଧିକାରୀ ଏ ଶ୍ରୀନିବାସ ଆଚାରି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ବୁଝାଇଥିଲେ। ତାଲିମ ଦାତା ହିସାବରେ ବିଡ଼ିଓ ମାଥିଲି, ବିଡ଼ିଓ କାଲିମେଳା, ବିଡ଼ିଓ ମାଲକାନଗିରି, ବିଇଓ ମାଥିଲି, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ, ଡେପୁଟି ରେଞ୍ଜର, ପ୍ରୋଗ୍ରାମ ଅଫିସର, ମହିଳା ଓ ଶିଶୁ ବିକାଶ ବିଭାଗ, ପ୍ରୋଗ୍ରାମ ମ୍ୟାନେଜର, ପିରାମଲ୍ ଫାଉଣ୍ଡେସନ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଜିଲ୍ଲା ମହାମାରୀ ବିଶେଷଜ୍ଞ, ବ୍ଲକ ଶିକ୍ଷା ଅଧିକାରୀ ମାଥିଲି ତିନି ଦିନ ଧରି ଆବାସିକ ତାଲିମ ପ୍ରଦାନ କରିଥିଲେ। ଉକ୍ତ ତାଲିମ ରେ ୩୧ ଜଣ ଅଂଶ ଗ୍ରହଣ କରିଥିଲେ। ଧରତି ଅବା ଜନଜାତି ଗ୍ରାମ୍ୟ ଉତ୍କର୍ଷ ଅଭିଯାନ ମାଧ୍ୟମରେ ୪୨୫ ଟି ଜନଜାତି ବହୁଳ ଗ୍ରାମ ଗୁଡିକରେ ପାଞ୍ଚ ବର୍ଷିଆ, ଗ୍ରାମ୍ୟ ଯୋଜନା ବିଭିନ୍ନ ବିଭାଗ ସହ ସମନ୍ୱୟ ରଖି ଗ୍ରାମ ସଭା ମାଧ୍ୟମରେ ସେପ୍ଟେମ୍ବର ମାସ ୧୫ ତାରିଖରୁ ଆରମ୍ଭ କରାଯିବ ଓ ନଭେମ୍ବର ୧୫ ତାରିଖ ରେ ଜନଜାତି ଗୌରବ ଦିବସରେ ତାହା ଜିଲ୍ଲା ସ୍ତରରେ ଉପସ୍ଥାପନ ଓ ଅନୁମୋଦନ କରାଯିବ। ଏହି କାର୍ଯକ୍ରମ ୨୦୨୪-୨୫ ରୁ ୨୦୨୮-୨୯ ମସିହା ପର୍ଯ୍ୟନ୍ତ ସମ୍ପୂର୍ଣତା ମାଧ୍ୟମରେ ଚାଲିବ। ଓଡ଼ିଶା ସରକାରଙ୍କ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ର ଲକ୍ଷ୍ୟ ପୂରଣ କରାଯିବ। ଆଦି କର୍ମଯୋଗୀ - ସମସ୍ତ ସରକାରୀ କର୍ମଚାରୀ , ଆଦି ସହଯୋଗୀ - ସମସ୍ତ ସ୍ଵେଚ୍ଛାସବୀ , ଯୁବଗୋଷ୍ଠୀ, ଓ ଆଦି ସାଥୀ - ସ୍ଵୟଂ ସହାୟକ ଗୋଷ୍ଠୀ ର କର୍ମୀ ଙ୍କୁ ନେଇ ଗ୍ରାମ୍ୟ ସ୍ତରୀୟ ଯୋଜନା ପ୍ରସ୍ତୁତ କରାଯିବାକୁ ଲକ୍ଷ୍ୟ ରଖା ଯାଇଛି। ଉକ୍ତ ତିନି ଦିନିଆ ତାଲିମ କାର୍ଯକ୍ରମ କୁ ବିଶ୍ଵନାଥ ମିଶ୍ର ପ୍ରକଳ୍ପ ପରିଚାଳକ ଆଇଟିଡିଏ ପରିଚାଳନା କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ