ଡ଼ାବୁଗାଁଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Nov 25, 2025 - 08:04
 0  13
ଡ଼ାବୁଗାଁଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୨୪.୧୧.୨୦୨୫ ରିଖ: ଡ଼ାବୁଗାଁ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପତଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ! ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଖଣ୍ଡିୟ ବନ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରା,ଉପ ଜିଲ୍ଲାପାଳ,ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର ,ବ୍ଲକ ଅଧ୍ୟକ୍ଷ ଶ୍ରୀମତି ବୀଣା ମାଝୀ ,ବି ଡି ଓ ଶରତ ମାଝୀଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ! ଏହି ଜନ ଶୁଣାଣି ଶିବିରରେ ମୋଟ ୧୪ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ ! ସେଥିମଧ୍ୟରୁ ୦୮ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୦୬ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା ! ସାମାଜିକ ସୁରକ୍ଷା ବିଭାଗ ତରଫରୁ ଚିହ୍ନଟ ଦିବ୍ୟାଙ୍ଗ ମାନଙ୍କୁ ୨ ଟି ହୁଇଲ ଚେୟାର ଏବଂ ୫ ଜଣଙ୍କୁ ମଧୁବାବୁ ପେନସନ ଯୋଜନା ର ନୂତନ ସହାୟତା କାର୍ଡ ପ୍ରଦାନ କରାଯାଇଥିଲା !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ