ଟୀକାନେଇ ୬ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣା: ଶିକ୍ଷା ବିଭାଗ ତରଫରୁ ତଦନ୍ତ ଆରମ୍ଭ

Jul 18, 2025 - 21:20
 0  11
ଟୀକାନେଇ ୬ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣା: ଶିକ୍ଷା ବିଭାଗ ତରଫରୁ ତଦନ୍ତ ଆରମ୍ଭ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ପାଟାଙ୍ଗି ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଟିକା କରଣ କରାଯାଇଥିଲା l ଏହି ଟୀକା ନେଇ ୬ ଛାତ୍ରୀଛାତ୍ର ଗୁରୁତର ଘଟଣାରେ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଜିଲା ଶିକ୍ଷାଧିକାରୀ ରାଜେଶ ସ୍ବାଇଁଙ୍କ ନିର୍ଦ୍ଦେଶକ୍ରମେ ଦାରିଙ୍ଗବାଡି ବିଇଓ କାର୍ଯ୍ୟାଳୟରୁ ଏବିଇଓ ଗୋକୁଳାନନ୍ଦ ନାୟକ, ବନମାଳୀ ମାଝୀ ଏବଂ କିରିକୁଟି ସିଆରସିସି ରାକେଶ କୁମାର ସାହୁ ପାଟାଙ୍ଗି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁନାମା ପ୍ରଧାନଙ୍କୁ ପଚରାଉଚରା କରିଛନ୍ତି ।ସୂଚନାଯୋଗ୍ୟ ଯେ, ବୁଧବାର ଡିପିଟି ଏବଂ ଟିଟି ଟୀକାକରଣ କରାଯାଇଥିଲା। ତେବେ ଉକ୍ତ ବିଦ୍ୟାଳୟର ୬ ଛାତ୍ରଛାତ୍ରୀ ଶୁକ୍ରବାର ମଧ୍ୟାହ୍ନରେ ବିଦ୍ୟାଳୟରେ ପାଠ ପଢ଼ୁଥିବା ସମୟରେ ହଠାତ ଅସୁସ୍ଥ ଅନୁଭବ କରିଥିଲେ। କାହାର ଛାତି ବ୍ୟଥା ତ ଆଉ କାହାର ମୁଣ୍ଡ ପିଠି ଦେହ ବ୍ୟଥା ଏବଂ ଜ୍ୱର, ଥଣ୍ଡା ଆଦି ଦେଖିବାକୁ ମିଳିଥିଲା। ସମସ୍ତ ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ନିକଟରେ ଥିବା ଅଙ୍ଗନାୱାଡି କର୍ମୀ ଲତିକା ପ୍ରଧାନ ଓ ଅଭିଭାବକ ମାନଙ୍କୁ ନେଇ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଯାଇଥିଲା l ତେବେ ଏହାର ତଦନ୍ତ ବେଳେ ୨ ଅଧିକାରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ କହିଥିଲେ ଯେ, ତାଙ୍କୁ ମିଶାଇ ଦୁଇଜଣ ଶିକ୍ଷୟିତ୍ରୀ ଶିକ୍ଷକ ରହିଛୁ। ସେ ଜଣେ ବିଦ୍ୟାଳୟରେ ଉପସ୍ଥିତ ଥିବା ବେଳେ ଆନ୍ୟଜଣେ ଛୁଟିରେ ଯାଇଥିବା ଅଧିକାରୀଙ୍କୁ ସେ ଅବଗତ କରାଇଥିଲେ ତେବେ ଅଧିକାରୀମାନେ କାଗଜପତ୍ର ଯାଞ୍ଚ କରିବା ବେଳେ ଛୁଟିରେ ଯାଇଥିବା ସହକାରୀ ଶିକ୍ଷକଙ୍କ ଛୁଟି ଦରଖାସ୍ତରେ ପ୍ରଧାନ ଶିକ୍ଷୟତ୍ରୀ କୌଣସି ଅନୁମୋଦନ ଦସ୍ତଖତ ନ ଥିବାରୁ ଅଧିକାରୀ ମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ତଦନ୍ତ ଅବ୍ୟାହତ ରଖିଥିଲେ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ