।। ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର,ପୋଲିସର ତଦନ୍ତ ଜାରି ।।

Dec 2, 2023 - 12:12
 0  232
।। ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର,ପୋଲିସର ତଦନ୍ତ ଜାରି ।।

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଗୋବର୍ଦ୍ଧନର ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ମୃତ ଯୁବତୀ ଜଣଙ୍କ ହେଉଛନ୍ତି ଏମ.ରାମପୁର ଥାନା ଅନ୍ତର୍ଗତ ଗୌଡ଼ କର୍ଲାଖୁଣ୍ଟା ଗ୍ରାମର ହରିପ୍ରିୟା ମାଝୀ (୨୪)। ସେ ଗୋବର୍ଦ୍ଧନରେ ୪ ମାସ ହେବ ଏକ ଭଡା ଘରେ ରହି ମୁନିଗୁଡ଼ାରେ କମ୍ପ୍ୟୁଟର ଟ୍ରେନିଂ ନେଉଥିବା ସ୍ଥାନୀୟ ଲୋକେ କହିଛନ୍ତି । ଦୀର୍ଘ ଏକ ବର୍ଷ ତଳେ ହରିପ୍ରିୟା ମାଝୀ ଓ ଏମ୍ ରାମପୁର ଗୈଡ ପଡ଼ା ଘର ପ୍ରଦିପ ବେହେରା ବୟସ ୨୬ ନାମକ ଯୁବକ ସହିତ ଦୁହେଁ ନିଜ ର ଘରୁ ବାହାରି ଯାଇ ବେଙ୍ଗଲୁରୁରେ ରହି କିଛି କାମ କରୁଥିଲେ ।କିନ୍ତୁ କୌଣସି କାରଣରୁ ସେଠାରୁ ଫେରିଆସି ମୁନିଗୁଡାରେ ଦୁଇ ଜଣ ରହୁଥିବା ଗୋବର୍ଦ୍ଧନ ର ପ୍ରତ୍ୟକ୍ଷଦର୍ଶୀ ଓ ଘରମାଲିକ କହିବାରେ ଜଣାପଡିଛି । ଗତ ଚାରିଦିନ ହେବ ପରିବାର ତରଫରୁ ଝିଅକୁ ବାରମ୍ବାର ଫୋନ୍ କରି ତାକୁ ଯୋଗାଯୋଗ ନହେବାରୁ ଝିଅର ଭାଇ ଫକିର ମାଝୀ ଗତ କାଲି ସନ୍ଧ୍ୟାରେ ଝିଅ ରହୁଥିବା ଭଡା ଘରେ ଆସି ପହଞ୍ଚିଥିଲେ।ଭଡାଘର ଦାଣ୍ଡ ପଟ କବାଟ ଦିଆ ଯାଇଥିବା ଦେଖି ଭାଇ ଫକୀର ବାରି ପଟୁ ଯାଇ ଦେଖିଲା ଘର ପଛପଟ କବାଟ ଖୋଲା ଅଛି।ସେ ଘର ଭିତରକୁ ଯାଇ ତା' ଭଉଣୀ ହରପ୍ରିୟାର ମୃତଶରୀର ଛାତରେ ଝୁଲି ପଡିଥିବାର ଦେଖି ଆଶ୍ଚର୍ୟ୍ଯ ହୋଇଯାଇଥିଲେ , ବେକରେ ରଶି ଲାଗି ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା । ପରେ ମୁନିଗୁଡ଼ା ଥାନାରେ ଲିଖିତ ଅଭିଯୋଗ ପାଇ ଏସଡିପିଓ ସନ୍ତୋଷିନି ଓରାମଙ୍କ ସହିତ ମୁନିଗୁଡ଼ା ଥାନା ଅଧିକାରୀ ସୌଦାମିନୀ ବେହେରା,ଏସ୍ଆଇ ମନୋରଞ୍ଜନ ବିଶ୍ବାଳ,ଚକ୍ରଧର ବେହେରା ଓ ସାଇଣ୍ଟିଫିକ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବ ସହ କେଶ ନଂ ୧୯/୨୦୨୩ ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଯାରି ରଖିଛି । ଅନ୍ୟ ପଟେ ମୃତଦେହ କୁ ପୋଷ୍ଟମୋଟମ୍ କରି ପରିବାରକୁ ହସ୍ତାନ୍ତର କରାଯାଇଛି ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ