ଝିରିପାଣି ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ ଶବ ବ୍ୟବଛେଦ ପାଇଁ ପହଞ୍ଚିଲା ବନବିଭାଗ ଟିମ

Dec 13, 2025 - 19:36
 0  3
ଝିରିପାଣି ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ ଶବ ବ୍ୟବଛେଦ ପାଇଁ ପହଞ୍ଚିଲା ବନବିଭାଗ ଟିମ

ତୁମୁଡିବନ୍ଧ: (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା)ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ରେଞ୍ଜର ଝିରିପାଣି ଜଙ୍ଗଲରେ ଗୋଟିଏ ଦନ୍ତା ହାତୀର ମୃତ୍ୟୁ ଘଟିଛି। ବନବିଭାଗ ସୂଚନା ଅନୁଯାୟୀ, ଅତ୍ୟଧିକ ଥଣ୍ଡା ଯୋଗୁ ହାତୀଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଘଟଣା ସୂଚନା ପାଇବା ପରେ ବ୍ରହ୍ମପୁରରୁ RCCF ବିଶ୍ୱମ୍ବର ନୀଳାମ୍ବରମଙ୍କ ନେତୃତ୍ୱରେ ବନବିଭାଗର ଏକ ଟିମ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଟିମରେ ବାଲିଗୁଡା ଡିଏଫଓ ଘନଶ୍ୟାମ ମହନ୍ତ, ଏସିଏଫ ସୂର୍ଯ୍ୟକାନ୍ତ ବେହେରା, ମନୋରଞ୍ଜନ ବାଘ ଏବଂ ବେଲଘର ପ୍ରାଣୀଧନ ଚିକିତ୍ସକ ଡା. ରାହୁଲ ମଙ୍ଗଳା ଗିରି ଉପସ୍ଥିତ ଥିଲେ। ମୃତ ହାତୀଟିର ଶରୀରରୁ ଆବଶ୍ୟକ ସାମ୍ପୁଲ ସଂଗ୍ରହ କରାଯାଇଛି। ଆସନ୍ତାକାଲି ଭୁବନେଶ୍ୱରର OUAT ରେ ଶବ ବ୍ୟବଛେଦ କରାଯିବ। ହାତୀଟିର ଦାନ୍ତକୁ ବନବିଭାଗ ସଂଗ୍ରହାଳୟରେ ସୁରକ୍ଷିତ ଭାବେ ରଖାଯିବ ବୋଲି ସୂତ୍ରରୁ ଜଣାପଡିଛି.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ