ଝାରସୁଗୁଡ଼ା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କଲେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶିକା
ଝାରସୁଗୁଡ଼ା, ୨୨।୦୭(ଫାଷ୍ଟ ନ୍ୟୂଜ ଓଡ଼ିଶା): ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶିକା ତଥା ଉତ୍ତରାଞ୍ଚଳ ଉପ-ନିର୍ଦ୍ଦେଶିକା ଶ୍ରୀମତୀ କଲ୍ୟାଣୀ ଦାଶ ଆଜି ଝାରସୁଗୁଡ଼ା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରି ବିଭିନ୍ନ ବିଭାଗିୟ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପରିଦର୍ଶନ ସମୟରେ ଯୁଗ୍ମ ନିର୍ଦ୍ଦେଶିକା କାର୍ଯ୍ୟାଳୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଫାଇଲ୍, ନଥିପତ୍ର ଏବଂ ସମଗ୍ର କାର୍ଯ୍ୟାଳୟର ପରିଚାଳନା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଫାଇଲ୍ ଗୁଡ଼ିକୁ ସଠିକ୍ ପଦ୍ଧତିରେ ପରିଚାଳନା କରିବା ଏବଂ ନିୟମିତ କ୍ରମରେ ରଖିବା, ଗଣମାଧ୍ୟମ ପ୍ରତିନିଧି ଙ୍କ ସହ ପ୍ରଶାସନ ର ଉତ୍ତମ ସମନ୍ୱୟ ସ୍ଥାପନ,ବିଭାଗୀୟ ସୂଚନା, ଶିକ୍ଷା ଓ ସଂଚାର କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ ଏବଂ କ୍ରିୟାଶୀଳ କରିବା ପାଇଁ ସେ କର୍ମଚାରୀମାନଙ୍କୁ ଆବଶ୍ୟକୀୟ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ କୃଷ୍ଣାକେଶୀ ବଳିୟାରସିଂହଙ୍କ ସମେତ ବରିଷ୍ଠ ସହାୟକ ଭୁବନାନନ୍ଦ ବାଗ, ଗ୍ରନ୍ଥାଗାରିକ ନିହାଲ୍ ଭୋଇ, ଶିକ୍ଷିତ ଚପରlସି ମନବୋଧ ବଗର୍ତ୍ତି, ରବିନ୍ଦ୍ର ନିଆଳ ଉପସ୍ଥିତ ରହି ଯୁଗ୍ମ ନିର୍ଦ୍ଦେଶିକାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ ଓଡ଼ିଶା
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0