ଝାରସୁଗୁଡା ମହିଳା ମହାବିଦ୍ୟାଳୟର ୪୪ତମ ବାର୍ଷିକ ଉତ୍ସବ ପାଳିତ

Mar 8, 2026 - 06:23
 0  27
ଝାରସୁଗୁଡା ମହିଳା ମହାବିଦ୍ୟାଳୟର ୪୪ତମ ବାର୍ଷିକ ଉତ୍ସବ ପାଳିତ

ଝାରସୁଗୁଡା,୮।୩(ଫାଷ୍ଟ ନ୍ୟୁଜ ଓଡିଶା):ଝାରସୁଗୁଡା ମହିଳା ମହାବିଦ୍ୟାଳୟର ୪୪ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ଏଥିରେ ସମ୍ମାନିତ ଅତିଥି ଭାବରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦାନ କରି ମହାବିଦ୍ୟାଳୟର ଦୀର୍ଘଦିନର ଥିବା ଜମି ସମସ୍ୟାର ଯଥାଶୀଘ୍ର ସମାଧାନ ହେବ ବୋଲି ଦୃଢ ପ୍ରତିଶୃତି ଦେଇଥିଲେ ଏବଂ ଆଗାମୀ ଦିନରେ ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିବ ବୋଲି କହିଥିଲେ I ଅନ୍ୟତମ ସମ୍ମାନିତ ଅତିଥି ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ଛାତ୍ରୀମାନଙ୍କ ଅଧ୍ୟୟନରେ ଆଧୁନିକ ବୈଷୟିକ ଜ୍ଞାନ କୌଶଳର କିପରି ପ୍ରଭାବ ରହିଛି ତାହା ଆଲୋଚନା କରିଥିଲେ ତଥା ବର୍ତମାନର ଯୁବପିଢ଼ି ମାଟି ମା ଉପରେ ଜଡିତ ରହି ସଂସ୍କୃତି ପରମ୍ପରା କୁ ବଞ୍ଚାଇ ରଖିବା ପାଇଁ ପରାମର୍ଶ ଦେଇଥିଲେ I ସଭା ପ୍ରାରମ୍ଭରେ ମାନ୍ୟବର ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀଙ୍କ ମହାବିଦ୍ୟାଳୟ ପ୍ରତି ଶୁଭେଚ୍ଛା ବାର୍ତା ପଠନ କରାଯାଇଥିଲା I ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରେଣୁକା ପୂଜାରୀ ସ୍ୱାଗତ ଭାଷଣ ଦେଇଥିଲେ I କଲେଜର ପ୍ରଶାସନିକ ଅଧିକାରୀ ଡଃ ସୁପ୍ରିତା ଦାଶ ବିବରଣୀ ପାଠ କରିଥିଲେ I ଓଡ଼ିଆ ବିଭାଗର ମୁଖ୍ୟ ଶ୍ରୀମତୀ କଲ୍ୟାଣୀ ମିଶ୍ର ସଭା ପରିଚାଳନା କରିଥିଲେ I ସାଂସ୍କୃତିକ ପରିଚାଳନା ଅଧିକାରୀ ଡଃ ଜୟଶ୍ରୀ ମିଶ୍ର ଙ୍କ ତତ୍ୱାବଧାନରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଛାତ୍ରୀ ମାନଙ୍କ ଦ୍ଵାରା ରାଣ୍ଡିପୁଅ ଅନନ୍ତା ନାଟକ ପରିବେଷଣ ହୋଇଥିଲା| ମହାବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ନୈଋତ ରଥ ଧନ୍ୟବାଦ ଅର୍ପଣ କରିଥିଲେ I ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

ଝାରସୁଗୁଡା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା।

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ