ଜୟପାଟଣା RWSS ରେ ବ୍ୟାପକ ଦୁର୍ନୀତି: ପାଣି ପାଇଁ ହାହାକାର

May 19, 2026 - 18:58
 0  10
ଜୟପାଟଣା RWSS ରେ ବ୍ୟାପକ ଦୁର୍ନୀତି: ପାଣି ପାଇଁ ହାହାକାର

କଳାହାଣ୍ଡି:୧୯/୦୫/୨୬(ଫାଷ୍ଟ ନ୍ୟୁଜ ଓଡ଼ିଶା)ସରକାର ଜନତାଙ୍କ ସୁବିଧା ପାଇଁ କୋଟି କୋଟି ଟଙ୍କାର ଟିକସ ନେଉଛନ୍ତି। ଜନତାଙ୍କ ସେହି ଟଙ୍କାକୁ ବିଭିନ୍ନ ଲୋକାଭିମୁଖୀ ପାଣ୍ଠିରେ ଖର୍ଚ୍ଚ କରାଯାଉଥିବା ବେଳେ, ଜୟପାଟଣା ବ୍ଲକରେ କିନ୍ତୁ ବିକାଶ ନାଁରେ ଚାଲିଛି ହରିଲୁଟ୍‌। ଏକଥା ଆମେ କହୁନୁ ଆଜ୍ଞା, କହୁଛି ଗ୍ରାଉଣ୍ଡ ଜିରୋରୁ ଆସିଥିବା ଏହି ବିରଳ ଚିତ୍ର। ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ବା RWSS ଆନୁକୂଲ୍ୟରେ କୋଟି କୋଟି ଟଙ୍କା ବ୍ୟୟରେ 'ବସୁଧା ଜଳ ଯୋଜନା' ଏବଂ ଅନେକ ସୋଲାର ପମ୍ପର ବ୍ୟବସ୍ଥା କରାଯାଇଛି ସତ, କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା। ଅଧାରୁ ଅଧିକ ଜାଗାରେ ବସୁଧା ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଭାଙ୍ଗି ପଡ଼ିଥିବା ପାଣି ଟ୍ୟାଙ୍କ, ଶୁଖିଲା ପଡ଼ିଥିବା ଟେପ୍‌, ଏବଂ ପାଣି ପାଇଁ ଲୋକଙ୍କ ଆକୁଳତାର ଭିଜୁଆଲ୍‌। କେଉଠି ପାଣି ଟୋପାଏ ବାହାରୁ ନାହିଁ ତୋ, କୋଉଠି ପାଣି ଟେପ୍ ଭାଙ୍ଗି ଶୁଖିଲା ପଡ଼ିଛି। ପିଇବା ପାଣି ତ ଦୂରର କଥା, କୋଉଠି ନଳକୂଅ ଟିଏ ମଧ୍ୟ ଲୋକଙ୍କ ବ୍ୟବହାର ପାଇଁ ଉପଯୁକ୍ତ ନାହିଁ। ଏହି ପ୍ରଚଣ୍ଡ ଗ୍ରୀଷ୍ମ ଋତୁରେ ଟୋପାଏ ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ, ଜୟପାଟଣା ବିଭାଗୀୟ ଅଧିକାରୀ ମାନେ କିନ୍ତୁ ନିଜର ପକେଟ୍ ଗରମ କରିବାରେ ବ୍ୟସ୍ତ ଥିବା ଜଣାପଡୁଛି। ଜନତାଙ୍କ ପାଇଁ ଉଦ୍ଦିଷ୍ଟ ପାଣ୍ଠି କୁଆଡ଼େ ଗଲା? କାହା ସ୍ୱାର୍ଥରେ ଆସିଥିଲା ଏହି କୋଟି କୋଟି ଟଙ୍କାର ପ୍ରକଳ୍ପ? ଏହି ଦୁର୍ନୀତିର ଚେର କେତେ ଦୂର ଲମ୍ବିଛି, ତାହା ଖୁବ୍ ଶୀଘ୍ର ଆମର 'ଜିରୋ ଗ୍ରାଉଣ୍ଡ ରିପୋର୍ଟ' ମାଧ୍ୟମରେ ସାମ୍ନାକୁ ଆସିବ। ଏଭଳି ଦୁର୍ନୀତିଗ୍ରସ୍ତ ଅଧିକାରୀ ମାନଙ୍କ ଉପରେ ଉଚ୍ଚସ୍ତରୀୟ ତଦନ୍ତ ସହିତ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏବେ ସାଧାରଣ ଜନତା ଏବଂ ଜନମହଲରେ ଜୋରଦାର ଦାବି ହେଉଛି।

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ