|| ଜୟପାଟଣା ବ୍ଲକ ରେ ଯୁବ କ୍ଷତ୍ରିୟ ପାଇକ ବିଦ୍ରୋହ ସଭାଯାତ୍ରା ||

Oct 13, 2024 - 17:54
 0  17
|| ଜୟପାଟଣା ବ୍ଲକ ରେ ଯୁବ କ୍ଷତ୍ରିୟ ପାଇକ ବିଦ୍ରୋହ ସଭାଯାତ୍ରା  ||

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ରେ ଆଜି ଯୁବ କ୍ଷତ୍ରିୟ ପାଇକ ସଂଗଠନ ତରଫରୁ ବିଜୟା ଦଶମୀ ଶୋଭାଯାତ୍ରା ମହାସମାରୋହରେ ପାଳନ କରାଯାଇଥିଲା। ଯାହା କି ସ୍ଵାଧୀନତା ପୂର୍ବରୁ ଭାରତବର୍ଷରେ ଇଂରେଜ ଙ୍କ ସହ ଲଢ଼ି ସ୍ୱାଧୀନତା ଆଣିବାରେ ଏକ ବହୁତ ବଡ଼ ଭୂମିକା ଇତିହାସରେ ରଚିତ , ଏହି ସଭାଯାତ୍ରା ରେ ଯୁବକ ଯୁବତୀ ମାନେ ନିଜକୁ କ୍ଷତ୍ରିୟ ର ବେଶଭୂଷାରେ ଅତି ସୁନ୍ଦର ଭାବରେ ଅଳଙ୍କାର ଧାରଣ କରି ଯେମିତି ଏକ ଯୋଦ୍ଧା ରଣଭୂମି କୁ ଆସିଥାଏ ସେହି ଭଳି ନିଜକୁ ସଜାଗ କରି କ୍ଷତ୍ରିୟ ପରିକ୍ରମା ଦେଖିବାକୁ ମିଳିଥିଲା ଯାହାକି ଭାରତ ଦେଶ ପାଇଁ ଏକ ଗୌରବର ଦିନ ଥିଲା। ପାଇକ ବନ୍ଧୁ ମାନେ ଜୟପାଟଣା ଜମିଦାର ଙ୍କୁ ପାଛୋଟି ନେଇ ସହର ପରିକ୍ରମା ଜୟପାଟଣା ସ୍ଥିତ ଶିବ ମନ୍ଦିର ରୁ ଏକ ବିଶାଳ ଶୋଭଯାତ୍ରା ବାହାରି କନକଦୁର୍ଗା ମନ୍ଦିର , ରାଜ ବାଟି, ମା ଅନ୍ନପୂର୍ଣ୍ଣା ମନ୍ଦିର, ମା କାଳୀ ମନ୍ଦିର, ମା ଡୋକରି ମନ୍ଦିର , ନିଟେଗୌର ମନ୍ଦିର ଦେଇ ପାରମ୍ପରିକ ବାଜା ସହିତ ସୁନ୍ଦର ଭାବରେ ସମାପନ ହୋଇଥିଲା। ଆବହମାନ କାଳରୁ କ୍ଷତ୍ରୀୟ ପାଇକ ମାନେ ବିଜୟା ଦଶମୀ ରେ ଅସ୍ତ୍ରପୂଜା କରିବା ସହିତ ଦେବା ଦେବୀଙ୍କ ମନ୍ଦିର ରେ ପୂଜାର୍ଚ୍ଚନା କରି ପାଇକ ଆଖଡ଼ା ପ୍ରଦର୍ଶନ କରିଥିଲେ। ଲାଞ୍ଜିଗଡ଼ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦିସରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୋଭାଯାତ୍ରା ରେ ଅଂଶଗ୍ରହଣ କରିଥିଲେ ।ଏହି ଶୋଭାଯାତ୍ରା ରେ ଜୟପାଟଣା, ତାଳଗୁଡ, ପତିଗୁଡ଼ା, ବନମାଳୀପୁର, ମୁଖିଗୁଡ଼ା କଲମପୁର ବ୍ଲକ୍ ର ଦେପୁର୍ ଓ ପାତ୍ରବସା ଅଞ୍ଚଳ ର ପାଇକ ଯୁବ , ସମାଜ ସେବୀ, ତଥା ଶତାଧିକ ମହିଳା ମାନେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟ କ୍ରମ ରେ ଯୁବ ସଂଗଠନ ତରଫରୁ ବିକାଶ ଦଳପତି, ସନ୍ତୋଷ ପୁଝାରୀ, ପ୍ରଦୀପ ପ୍ରଧାନୀ, ସୁନୀଲ ବିଶି, ପୂପୁନ ନାୟକ, ମିଲିନ କୁମାର ପାତ୍ର, ଡମରୁ ଧର ମହାଳିକ, ସନ୍ତୋଷ ପୂଜାରୀ, ଉଦିତ ରାଉତ, ରଞ୍ଜିତ ପୁଝାରୀ, ବିନୀତ ନାୟକ, ପ୍ରମୋଦ କୁମାର ନାୟକ, ଜଗଦୀଶ ନାୟକ, ଲିପୁନ ନାୟକ, ଭବାନୀ ବାହୁକ, ସନ୍ତୋଷ ପୁଝାରୀ, ଉପେନ୍ଦ୍ର ଦଣ୍ଡସେନା ଓ ଚିତ୍ତ ରଞ୍ଜନ ଦଳପତି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନଙ୍କ ରିପୋର୍ଟ୍ FIRST NEWS ODISHA.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ