।। ଜେକେ କାଗଜ କଳ ତରଫରୁ ଆଜି ଓଡିଶା ବିପର୍ଯ୍ୟୟ ପରିଚାଳନା ଓ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ।।

Oct 29, 2023 - 20:23
 0  79
।। ଜେକେ କାଗଜ କଳ ତରଫରୁ ଆଜି ଓଡିଶା ବିପର୍ଯ୍ୟୟ ପରିଚାଳନା  ଓ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ।।

ମୁନିଗୁଡ଼ା: ନ୍ୟିୟୁଜ୍ ରାୟଗଡ଼ା ଜିଲ୍ଲା ର ନିକଟସ୍ଥ ଜେକେ କାଗଜ କଳ ତରଫରୁ ଆଜି "ଓଡିଶା ବିପର୍ଯ୍ୟୟ ପରିଚାଳନା ଓ ବିପର୍ଯ୍ୟୟ ହ୍ରାସ ଦିବସ" ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ବିନୟ ଦ୍ଵିବେଦୀ, କାର୍ଯ୍ୟନିର୍ବାହୀ ଉପ ସଭାପତି (କାର୍ମିକ) ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଥିଲେ ଏବଂ ଏହି ବିପର୍ଯ୍ୟୟ ସମୟରେ ଧୈର୍ଯ୍ୟ ର ସହିତ ତାରି ମୁକାବିଲା କରିବା ସହିତ ଜୀବନ ଓ ଧନ ସୁରକ୍ଷିତ ରଖିବା ଉଦେଶ୍ୟରେ ଏକ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ସାମାଜିକ ସଶକ୍ତି କରଣ ଯୋଜନା ମାଧ୍ୟମରେ ଏକ ସଶକ୍ତ ଓଡିଶା ଗଠନ ଉପରେ ଜୋର୍ ଦେବାକୁ ଉପସ୍ଥିତ ସମସ୍ତ କର୍ମଚାରୀ, ସ୍କୁଲ ଛାତ୍ରଛାତ୍ରୀ, ଓ ପାରିପାଶ୍ବିର୍କ ଅଞ୍ଚଳର ଜନସାଧାରଣଙ୍କୁ ଆଗ୍ରହ କରି ଥିଲେ। ମନୁଷ୍ଯକୃତ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଏକ କର୍ମଶାଳା ର ଆୟୋଜନ କରାଯାଇଥିଲା, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କାଗଜ କଳ ର ଅନ୍ୟନ୍ୟ ମହା ପ୍ରବନ୍ଧକ, ଗୌରୀ ଶଙ୍କର ପଟ୍ଟନାୟକ, ଏମ୍ ଭି ରାଜା, ଏମ୍ ର୍ ସି ରାଓ ପ୍ରମୁଖ ଯୋଗ ଦେଇ ଥିଲେ। କାର୍ଯ୍ୟକ୍ରମ କୁ ସତ୍ୟଜିତ ମହାନ୍ତି, ମହାପ୍ରବନ୍ଧକ, (ଇ ଏଚ୍ ଏସ୍) ଓ ବରିଷ୍ଠ ପ୍ରବନ୍ଧକ ରାମା ରଞ୍ଜନ ବିଶ୍ଵାଳ ପ୍ରମୁଖ ସଂଯୋଜନା କରିଥିଲେ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ