।। ଜି. ଉଦୟଗିରି ଏନଏସି ଅଧ୍ୟକ୍ଷା ପଦ ପାଇଁ ଉପ ନିର୍ବାଚନ : ଶାସକ ବିଜେଡି ଦଳର ବାଜିମାତ ।।

Nov 30, 2023 - 21:26
 0  14
।। ଜି. ଉଦୟଗିରି ଏନଏସି ଅଧ୍ୟକ୍ଷା ପଦ ପାଇଁ ଉପ ନିର୍ବାଚନ : ଶାସକ ବିଜେଡି ଦଳର ବାଜିମାତ ।।

କନ୍ଧମାଳ:(କୋରାପୁଟ ପ୍ରଥମ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ଏନଏସି ଅଧ୍ୟକ୍ଷା ପଦ ପାଇଁ ବୁଧବାର ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ଗୁରୁବାର ଉପନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଶାସକ ବିଜେଡି ଦଳର ବାଜିମାତ ହୋଇଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ଯେ ୩ ପ୍ରମୁଖ ଦଳର ପ୍ରାର୍ଥୀନୀ ମଧ୍ୟରେବିଜେଡି ଦଳରୁ ଦେବସ୍ମିତା ଶତପଥି ମୋଟ ୩୧୧୧ ଭୋଟ ପାଇଥିବା ବେଳେ, ବିରୋଧୀ ବିଜେପି ପକ୍ଷରୁ ରଞ୍ଜିତା ନାୟକ ୭୫୬ ଭୋଟ ପାଇଥିଲେ, ସେହିପରି କଂଗ୍ରେସ ପ୍ରାର୍ଥୀନୀ ମଧୁଲିନା ଦିଗାଲ ୬୧୪ ଟି ଭୋଟ ପାଇଥିବା ବେଳେ ନୋଟାରେ ୩୮ଟି ଭୋଟ ପଡ଼ିଥିଲା। ସେହିପରି ଜାତୀୟ କଂଗ୍ରେସ ଗତ ଥର ଅପେକ୍ଷା ଚଳିତ ନିର୍ବାଚନରେ ଭୋଟ ହାର ବଢ଼ିଥିବା ବେଳେ, ଶାସକ ବିଜେଡି ଗତ ନିର୍ବାଚନ ଠାରୁ ୧୧୨୭ ଭୋଟ ବ୍ୟବଧାନରେ ବାଜିମାତ କରିଥିବା ଜଣାପଡ଼ିଛି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ