ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

୭୯ତମ ନୂଆପଡ଼ା ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ସମାରୋହ ଅବସରରେ ଜିଲ୍ଲା ଉତ୍ସବ ପାଳନ କମିଟିର ଅଧ୍ୟକ୍ଷ ଜିଲ୍ଲାପାଳ ନୂଆପଡ଼ାଙ୍କ ନିର୍ଦ୍ଦେଶ କ୍ରମେ ତଥା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଥମ ରୁ ତୃତୀୟ, ଚତୁର୍ଥ ଓ ପଞ୍ଚମ, ଷଷ୍ଠ ରୁ ଅଷ୍ଟମ, ନବମ ଓ ଦଶମ, ଓ ଏକାଦଶ ରୁ ମହାବିଦ୍ୟାଳୟ ସ୍ତରର ଛାତ୍ର ଛାତ୍ରୀ ମାନଙ୍କର ଦେଶାତ୍ମବୋଧକ ସଙ୍ଗୀତ,ଓଡ଼ିଆ ଓ ଇଂରାଜୀ ଭାଷାର ବକ୍ତୃତା, କୁଇଜ,ଚିତ୍ରାଙ୍କନ ଆଦି ବିଷୟ ରେ ପ୍ରତିଯୋଗିତାମାନ ଅଗଷ୍ଟ ୮ତାରିଖ ରୁ ୧୨ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନୂଆପଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି। ଚାରିଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ବ୍ଲକ ସ୍ତରରୁ ଚୟନିତ ହୋଇ ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ତଥା ଜିଲ୍ଲା ସୂଚନା ଅଧିକାରୀ ଶ୍ରୀ ରାଜେନ୍ଦ୍ର ପ୍ରସାଦ ବଢ଼େଇ ଓ ସମଗ୍ର ଶିକ୍ଷା ନୂଆପଡ଼ାଙ୍କ ଜିଲ୍ଲା ଶିକ୍ଷା ସଂଯୋଜକ ଶ୍ରୀ କମଳ କୁମ୍ଭାର ପୂର୍ଣ୍ଣକାଳୀନ ଉପସ୍ଥିତ ରହି ନିରପେକ୍ଷ ବିଚାର ଓ କାର୍ଯ୍ୟକ୍ରମର ସୁସମ୍ପାଦନକୁ ସୁନିଶ୍ଚିତ କରିଥିଲେ।ଦେଶାତ୍ମବୋଧକ ସଙ୍ଗୀତ ପାଇଁ ଶାରଳା ସଙ୍ଗୀତ ଅନୁଷ୍ଠାନ, କୁଇଜ ପାଇଁ ଜିଲ୍ଲା କୁଇଜ କ୍ଲବଙ୍କର ସହଯୋଗ ଖୁବ ପ୍ରଶଂସନୀୟ।ବିଭିନ୍ନ ବିଷୟରେ ବିଚାରକ ଭାବରେ ଶଙ୍କର୍ଷଣ ପୁରୋହିତ, ପ୍ରବୋଧ କୁମାର ହୋତା,ଦୀପକ କୁମାର ଦାସ, ପ୍ରମୋଦ କୁମାର ରାଉତ, ପ୍ରଦୀପ ଭୋଇ,କିଶୋର ଚନ୍ଦ୍ର ପ୍ରଧାନ, ଜିତେନ୍ଦ୍ର ଖମାରୀ, ଯୋଗିନ୍ଦ୍ର ବେହେରା, କିଶୋର କୁମାର ପରିଡ଼ା, ରାମେଶ୍ୱର ଦାସ,ଦୀପକ ମିଶ୍ର, ମହେନ୍ଦ୍ର ତାଣ୍ଡି,ଉଦିତ କୁମାର ପୁରୋହିତ, ରସଞ୍ଜନ ଦାସ,ଜିତେନ୍ଦ୍ରୟ ସାହୁ, ଯୋଗେନ୍ଦ୍ର ବେହେରା, ଫାଲ୍ଗୁନି ସାହୁ,ଭବତୋଷ ଦାସ,ବନ୍ଦନା ଚଲାନ,ପ୍ରୀତିପୁଷ୍ପ ମହାନ୍ତି,ସୁପ୍ରିୟା ସତ୍ୟବତୀ,ଝସକେତନ ସାହୁ,ମାନସ କୁମ୍ଭାର, କୁଇଜ ମାଷ୍ଟର ସୀମାଞ୍ଚଳ ମହାପାତ୍ର, ରାଜେଶ ମହଲା, ଶିଶିର କୁମାର ଭୋଇ,ପଙ୍କଜ ସତନାମୀ,ସୁରେନ୍ଦ୍ର ଶବର,ଶ୍ରୀନିବାସ ସାହୁ,ପ୍ରଜ୍ଞାନ ମହାପାତ୍ର ଆଦି ନିଜ ନିଜର କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ମଧୁସୂଦନ ସାହୁଙ୍କ ସହିତ ସମସ୍ତ ସହ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଣ ଶିକ୍ଷକ କର୍ମଚାରୀ ଗଣ ଏବଂ ସମଗ୍ର ଶିକ୍ଷା ପରିବାରର ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ଗଣ ସହଯୋଗ କରିଥିଲେ।ଏହି ଚାରିଦିନ ଧରି ସମସ୍ତ ପ୍ରତିଯୋଗୀ,ବିଚାରକ ଓ ବ୍ୟବସ୍ଥାପକ ଆଦିଙ୍କ ପାଇଁ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ନୂଆପଡ଼ାଙ୍କ କାର୍ଯ୍ୟାଳୟ ତରଫରୁ ଜଳପାନ ଓ ଅଧ୍ୟକ୍ଷ ମହାମାୟା ମହାବିଦ୍ୟାଳୟ ନୂଆପଡ଼ାଙ୍କ ତରଫରୁ ଭୋଜନର ସୁନ୍ଦର ବ୍ୟବସ୍ଥା କରାଯାଇଥିଲା।ବିଭିନ୍ନ ସ୍ତରର ବିଭିନ୍ନ ବିଷୟରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ର ଛାତ୍ରୀଙ୍କୁ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନର ମୁଖ୍ୟ ଅତିଥିଙ୍କ କରକମଳରେ ପୁରସ୍କୃତ କରାଯିବ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ମିୟୁଜ ଓଡିଶା
What's Your Reaction?






