।। ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ।।

Nov 4, 2023 - 18:57
 0  8
।। ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ।।

ନୂଆପଡା : ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ବ୍ଲକ୍ ରୁ ଜୁନିୟର ଓ ସିନିୟର୍ ସ୍ତରରୁ ଚୟନିତ ହୋଇ 20 ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ l ବିଦ୍ୟାଳୟ ସ୍ତରରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ଲୋକପ୍ରିୟତା ବିଷୟବସ୍ତୁ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ l ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଗିରିଧାରି ସାଙ୍କ ମାର୍ଗଦର୍ଶନ ରେ ଅନୁଷ୍ଠିତ ହୋଇଥିଲା | କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀ ଅଶ୍ବିନୀ କୁମାର ଭୋଇ ଯୋଗ ଦେଇ ପ୍ରତିଯୋଗିମାନଙ୍କୁ ଉତ୍ସାହିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ସିନିୟର୍ ବର୍ଗରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବାଦିର ଛାତ୍ର ଅଭିନନ୍ଦନ ସିଂ ବାରିକ ଓ ଜୁନିୟର ବର୍ଗରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନେଗିପାଲି ର ଛାତ୍ର ୟୋଗେଶ କେଉଁଟ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି l କୃତୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ସହ ପ୍ରମାଣପତ୍ର ପ୍ରଦାନ କରାଯାଇ ଥିଲା l ଏହି କାର୍ଯ୍ୟକ୍ରମକୁ ରାଧେ ଶ୍ୟାମ ସାହା, ପ୍ରଦୀପ କୁମାର ଭୋଇ, ସୁଶାନ୍ତ ଯୋଶୀ ଏବଂ ଫାଲ୍‌ଗୁନି ସାହୁ ପ୍ରମୁଖ ବିଜ୍ଞାନ ଶିକ୍ଷକ ପରିଚାଳନା କରିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ