ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ନୂଆପଡାରେ ଜାତୀୟ ମହାକାଶ ଦିବସ ପାଳିତ

ନୂଆପଡା : ନୂଆପଡା ଜିଲ୍ଳା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ନୂଆପଡ଼ାର ଅଧ୍ୟକ୍ଷ ଶ୍ରୀ ନରୋତ୍ତମ ଭୋଇଙ୍କର ତତ୍ତ୍ଵାବଧାନରେ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଗିରିଧାରୀ ସା ଯୋଗଦାନ କରିଥିଲେ । ଏହି ଅବସରରେ ବତ୍କୃତା, କୁଇଜ୍, ସେମିନାର ଓ ପୋଷ୍ଟର ପ୍ରତିଯୋଗିତା ଓ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ ପ୍ରଶିକ୍ଷକ ଶ୍ରୀ ବିକ୍ରମାଦିତ୍ୟ ସିଂହ ବରିହା ମୁଖ୍ୟ ବକ୍ତା ଭାବରେ ମହାକାଶ ଓ ରକେଟ ବିଜ୍ଞାନ ତଥା ତାରା ମଣ୍ଡଳ ଓ ଛାୟାପଥ ସମ୍ପର୍କିତ ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ ଏବଂ ପ୍ରଶିକ୍ଷକ ଶ୍ରୀ ଟୀକେଶ୍ୱର ପାର୍ଣା ସଂଯୋଜନା କରିଥିଲେ । ପ୍ରଶିକ୍ଷିକା ରୀନା ବାଗ, ବବିତା ଶବର, ଅନିତା ମଞ୍ଜରୀ ଶବର କୁଇଜ୍ ପ୍ରତିଯୋଗିତା ପରିଚାଳନା କରିଥିଲେ । କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ପରିଶେଷରେ ପ୍ରଶିକ୍ଷକ ଶ୍ରୀ ଶଙ୍କର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






