ଜିଲ୍ଲା ମତ୍ସ୍ୟବିଭାଗରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନାର ଉପଲବ୍ଧି

Jun 11, 2025 - 21:48
 0  24
ଜିଲ୍ଲା ମତ୍ସ୍ୟବିଭାଗରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନାର ଉପଲବ୍ଧି

ବାରିପଦା ତା.୧୧.୦୬.୨୦୨୫ ମୟୂରଭଞ୍ଜ ଜିଲ୍ଲା ମତ୍ସ୍ୟବିଭାଗରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନରେ ବିଗତ ୨୦୨୪-୨୫ ଆର୍ଥିକ ବର୍ଷରେ ୪୩୫୩୦ ମେଟ୍ରିକ ଟନର ମତ୍ସ୍ୟ ଉତ୍ପାଦନ ହେବ ସହିତ ୮୨.୦୪୬ ଲକ୍ଷର ମାଛ ଯାଆଁଳ ସରକାରୀ ମତ୍ସ୍ୟ ଯାଆଁଳ କେନ୍ଦ୍ରରୁ ଉତ୍ପାଦନ କରାଯାଇ ମତ୍ସ୍ୟଚାଷୀମାନଙ୍କୁ ଆଗୁଆ ଯୋଗାଇ ଦେବା ନିମନ୍ତେ ପଦକ୍ଷେପ ନିଆଯାଇଅଛି। ୨୦୨୪-୨୫ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଅନ୍ତର୍ଗତ ୨୭.୪୦ ହେକ୍ଟର ନୂତନ ପୋଖରୀ ଖୋଳାଯାଇ ୭୭ ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି। ସେହିପରି, ୯୭.୫୯୬ ହେକ୍ଟର ଜଳଆୟତନ ପୋଖରୀରେ ୨୦୦ ଜଣ ମତ୍ସ୍ୟଚାଷୀ, ୪୪୯.୭୪ ହେକ୍ଟର ପଂଚାୟତ ପୋଖରୀରେ ମାଛଚାଷ ନିମନ୍ତେ ୬୧୩ ଗୋଟି ମହିଳା ସୟଂ ସହାୟକ ଗୋଷ୍ଠୀ, ୨୬୪.୯୮ ଏକର ଜଳଆୟତନ ପାଇଁ ୧୩୩ ଜଣ ଯାଆଁଳ ଉତ୍ପାଦନକାରୀ,୨୨.୩୪ ହେକ୍ଟର ଜଳଆୟତନ ପାଇଁ ୫୪୦ ଜଣ କ୍ଷେତ ପୋଖରୀ ମତ୍ସ୍ୟଚାଷୀ ଇନପୁଟ ସହାୟତା ପାଇଛନ୍ତି। ପୁନଶ୍ଚ, ୪୩୨ ଗୋଟି ଜୈବପୁଞ୍ଜ କୁଣ୍ଡ ନିର୍ମାଣ କରି ୭୮ ଜଣ ମତ୍ସ୍ୟଚାଷୀ ସ୍ଵାବଲମ୍ବୀ ହୋଇଛନ୍ତି। ତତସହିତ, ୧୦୨ ଜଣ ମତ୍ସ୍ୟଚାଷୀ ମତ୍ସ୍ୟ ଯନ୍ତ୍ରପାତି କ୍ରୟ କରି, ୧୪୯ ଗୋଟି ମହିଳା ସୟଂ ସହାୟକ ଗୋଷ୍ଠୀ ଅବର୍ତ୍ତି ପୁଞ୍ଜି ପାଇ ଏବଂ ୪୦ ଜଣ ମେଧାବୀ ପିଲା ଛାତ୍ରବୃତି ପାଇ ଏହି ଯୋଜନାରେ ଲାଭବାନ ହୋଇଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନା ଅନ୍ତର୍ଗତ ୫.୨୫ ହେକ୍ଟର ନୂତନ ପୋଖରୀ ଖୋଳି, ୦୧ ଗୋଟି ମଧ୍ୟମ ଜୈବପୁଞ୍ଜ ମତ୍ସ୍ୟ କୁଣ୍ଡ ନିର୍ମାଣ , ୦୧ ଗୋଟି ହ୍ୟାଚେରୀ ନିର୍ମାଣ ଏବଂ ୦୧ ଗୋଟି ମାଛ ରୋଗ ଚିହ୍ନଟ ପରୀକ୍ଷଣ କେନ୍ଦ୍ର ନିର୍ମାଣ କରି ସର୍ବମୋଟ ୧୬ ଜଣ ହିତାଧିକାରୀ ଲାଭବାନ ହୋଇଛନ୍ତି। ସେହିପରି, ୨୦୨୪-୨୫ ଆର୍ଥିକ ବର୍ଷରେ OIIPCRA ଯୋଜନାରେ ୩୯.୧୦ ହେକ୍ଟର କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ମାଛଚାଷ କରାଯାଇଛି। ୧୩ ହେକ୍ଟର ଜଳାୟତନରେ ମିଶ୍ରିତ ମାଛଚାଷ, ୧.୨୦ ହେକ୍ଟର ଜଳାୟତନରେ ମଧୁର ଜଳ ଚିଙ୍ଗୁଡି ଯାଆଁଳ ଉତ୍ପାଦନ, ୧୦୦ ଗୋଟି ଜୈବପୁଞ୍ଜ କୁଣ୍ଡ ନିର୍ମାଣ,୧୬ ଗୋଟି କ୍ଷୁଦ୍ର ମାଛ ଖାଦ୍ୟ ମିଶ୍ରଣ କାରଖାନା ନିର୍ମାଣ , ୨୦ ଗୋଟି ମାଛଟଣା ଜାଲ, ୧୩୦ ଗୋଟି ଜଳ ପରୀକ୍ଷଣ କିଟ, ୮ ଗୋଟି ମାଛ ବ୍ୟବସାୟିକ ଯାନ, ୦୧ ଗୋଟି ମହୁରାଳି ହ୍ୟାଚେରୀ ସମ୍ପ୍ରସାରଣ ତଥା ୦୧ ହେକ୍ଟର ଧାନ ଚାଷ ଜମିରେ ମିଶ୍ରିତ ମାଛ ଚାଷ ନିମନ୍ତେ ସର୍ବମୋଟ ୨୯୦ ଜଣ ହିତାଧିକାରୀ ଲାଭବାନ ହେବ ସହିତ ସ୍ଵାବଲମ୍ବୀ ହୋଇପାରିଛନ୍ତି। ଆଗାମୀ ଦିନରେ ଲୋକମାନଙ୍କୁ ମତ୍ସ୍ୟ ଚାଷ ପ୍ରତି ଆଗ୍ରହ ବଢାଇବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ