।। ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟର୍ଥୀ ସମ୍ବର୍ଦ୍ଧନା ସମାରୋହ ୨୦୨୪ ଅନୁଷ୍ଠିତ ।।

Sep 5, 2024 - 20:18
 0  15
।। ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟର୍ଥୀ ସମ୍ବର୍ଦ୍ଧନା ସମାରୋହ ୨୦୨୪ ଅନୁଷ୍ଠିତ ।।

ଜିଲ୍ଲାର ୨୮୮୬ ଜଣ କୃତି ଛାତ୍ରଛାତ୍ରୀ ମାନଙ୍କୁ ଦିଆଗଲା ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଓ ଭାଷା ବୃତ୍ତି ପୁରସ୍କାର ।। ବାରିପଦା: ୦୫.୦୯.୨୦୨୪// ବାରିପଦା ତକତପୁର ସ୍ଥିତ ଡ଼କ୍ଟର ଅବଦୁଲ କାଲାମ ପ୍ରାଙ୍ଗଣରେ ଗୁରୁବାର ଦିନ ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟର୍ଥୀ ସମ୍ବର୍ଦ୍ଧନା ସମାରୋହ ତଥା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଆୟୋଜନ ହୋଇଯାଇଛି। ଏଥିରେ ସମଗ୍ର ଜିଲ୍ଳାରୁ ବିଭିନ୍ନ ବିଭାଗରୁ ସମୁଦାୟ ୨୮୮୬ ଜଣ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପ୍ରତେକ ବ୍ଲକ ତରଫରୁ ୧୦୦ ଜଣ ଲେଖାଏଁ, ଜିଲ୍ଲା ସ୍ତରୀୟ ଶିକ୍ଷା ବୃତ୍ତିରେ ୨୩୬ ଜଣ, ଜିଲ୍ଲାରୁ ଭାଷାବୃତ୍ତି ପୁରସ୍କାର ୫୫୦ ଜଣ ଓ ଜିଲ୍ଲାରୁ ମେଧାବୃତ୍ତି ପୁରସ୍କାର ୩୮ ଜଣ ପାଇଥିଲେ। ଏହି କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନେତ୍ରାନନ୍ଦ ମଲ୍ଲିକଙ୍କ ସଭାପତିତ୍ୱରେ ସଭା ପରିଚାଳନା ଆୟୋଜନ ହୋଇଥିଲା ବେଳେ ମୁଖ୍ୟ ଅତିଥିଭାବେ ମାନ୍ୟବର ଲୋକସଭା ସାଂସଦ ଶ୍ରୀ ନବଚରଣ ମାଝୀ, ଅନ୍ୟତମ ଅତିଥିଭାବେ ମାନନୀୟ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଭାରତୀ ହାଁସଦା, ଜିଲ୍ଲପାଳ ଶ୍ରୀଯୁକ୍ତ ହେମକାନ୍ତ ସୟ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣିଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ରହି ନିଜର ବହୁ ମୂଲ୍ୟ ବକ୍ତବ୍ୟ ରଖିଥିଲେ। ସମସ୍ତ ଅତିଥି ବୃନ୍ଦ ସେମାନଙ୍କ ବକ୍ତବ୍ୟରେ ଅତୀତର ମହାନ ଗୁରୁମାନଙ୍କର ସ୍ମୃତି ଚାରଣ କରିଥିଲେ। ଜୀବନରେ କଠିନ ପରିଶ୍ରମ କଲେ ଏବଂ ଭବିଷ୍ୟତରେ ଜଣେ ସୁନାଗରିକ ହେବାସହିତ ଜଣେ ଭଲ ଗୁରୁଟିଏ ହେବାପାଇଁ ପରାମର୍ଶ ଦେଇଥିଲେ। ଅତିଥି ମାନେ ପୁରସ୍କାର ବିତରଣ କରିବା ସହ ଛାତ୍ରଛାତ୍ରୀ ମାନଙ୍କର ଜୀବନରେ ସଫଳତା କାମନା କରିଥିଲେ। ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କ ସଫଳ ଜୀବନଯାତ୍ରା ପାଇଁ ପ୍ରେରଣାତ୍ମକ ଉପଦେଶ ଏବଂ ଗୁରୁଙ୍କ ମହତ୍ଵ ବିଷୟରେ ଜଣାଇଥିଲେ। ସଭା ଆରମ୍ଭରେ ଛାତ୍ରୀ ମାନଙ୍କ ଦ୍ୱାର ସ୍ୱଗତ କରାଯାଇଥିଲା। ସତ୍ୟସାଇ ବିଦ୍ୟାମନ୍ଦିର ର ଛାତ୍ରୀମାନେ ଜାତୀୟସଂଗୀତ ଗାନକରିଥିଲେ। ସେହିପରି MPK ବାଳିକା ବିଦ୍ୟଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ଏହି ଅବସରରେ ୭ ଜଣ ଅବସରପ୍ରାପ୍ତ ଶିକ୍ଷ୍ୟକଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରସ୍କୃତ କରାଯାଇଅଛି। ସେହି ଅବସର ପ୍ରାପ୍ତ ଶିକ୍ଷକ ମାନେ ହେଲେ ସୁଦର୍ଶନ ପଣ୍ଡା, ଭାଗବତ ପଣ୍ଡା, ସନ୍ତୋଷ ମହାନ୍ତ, ଅରୁଣ ଦାସ, ହୃଷିକେଶ ବେହେରା, ଗୁଣାକାର ଦତ୍ତ, ଆନନ୍ଦ ଚନ୍ଦ୍ର ପୃଷ୍ଟି, ଶରତ ମିଶ୍ର, ଶ୍ରୀକୁମାର କବି, ବୀଣାପାଣି ପଣ୍ଡା, ଶ୍ୟମାସୁନ୍ଦର ଶତପଥୀ ଓ ଭକ୍ତହରି ମହାନ୍ତ । ଉକ୍ତ କାର୍ଯ୍ୟକ୍ରମପରିଚାଳନା ଶ୍ରୀଯୁକ୍ତ ରଞ୍ଜନକୁମାର ନନ୍ଦ, ହରେନ୍ଦ୍ର ମହାନ୍ତ, ସପନ କୁମାର ପୃଷ୍ଟି, ଜ୍ଞନରଞ୍ଜନ ଆଚାର୍ଯ୍ୟ, ମୌସୁମୀ ସାହୁ, ମୌସୁମୀ ଦୀକ୍ଷିତ, ଗୌରୀ ହୋତା, ଅଦ୍ୟସା ଦାସ, ବିନ୍ଦୁରେଖା ପାତ୍ର ପ୍ରମୁଖ ସମେତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ବାରିକ, ଶଶୀଧର ସିଂ, ଦୀପ୍ତି ନାୟକ ଓ ସମସ୍ତ ବ୍ଲକର ଗୋଷ୍ଠି ଶିକ୍ଷା ଅଧିକାରୀ ଓ ଅବିଭାବକ ମନେ ଯୋଗଦାନ କରିଥିଲେ ।

 ଗୌର ଦାସ ଗିରୀଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ