।। ଜିଲ୍ଲାରେ ବାତଜ୍ଵର ନିରାକରଣ ଓ ସଚେତନତା ପାଇଁ ଗଣମାଧ୍ୟମ ସମ୍ବେଦନଶୀଳ କାର୍ଯ୍ୟକ୍ରମ ।।

Aug 6, 2024 - 20:42
 0  9
।। ଜିଲ୍ଲାରେ ବାତଜ୍ଵର ନିରାକରଣ ଓ ସଚେତନତା ପାଇଁ ଗଣମାଧ୍ୟମ ସମ୍ବେଦନଶୀଳ କାର୍ଯ୍ୟକ୍ରମ ।।

ବାରିପଦା:୦୬.୦୮.୨୦୨୪// ମୟୂରଭଞ୍ଜ ଜିଲ୍ଲାରେ ଫାଇଲେରିଆ ବା ବାତଜ୍ଵର ନିରାକରଣ ପାଇଁ ଆସନ୍ତା ଅଗଷ୍ଟ ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଅଛି ସାର୍ବଜନୀନ ଔଷଧ ସେବନ ବା (Mass Drug Administration) କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ, ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ଏକ ଗଣମାଧ୍ୟମ ସମ୍ବେଦନଶୀଳ କାର୍ଯ୍ୟକ୍ରମ ଜିଲ୍ଲା ପ୍ରାଥମିକ ଆନ୍ତରିକତା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି, ବାତଜ୍ଵର ନିରାକରଣ ଏବଂ ଏହି ପରିପ୍ରେକ୍ଷୀରେ ଜନସଚେତନତା କିଭଳି ହୋଇପାରିବ ସେ ବିଷୟରେ ବିଶଦ ବିବରଣୀ ପାଇଥିଲେ।ସାର୍ବଜନୀନ ଔଷଧ ସେବନ ପ୍ରକ୍ରିୟାକୁ କିଭଳି ତ୍ୱରାନ୍ୱିତ କରାଯିବ ଏବଂ ଏହି ପ୍ରକାର ପଦକ୍ଷେପକୁ କିଭଳି ଜନମାନସରେ ଆଦୃତ କରାଯିବ ସେ ବିଷୟରେ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡଃ ଶାନ୍ତନୁ କୁମାର ଦାଶ ଓ ଡଃ ଜ୍ଞାନେନ୍ଦ୍ର କୁମାର ମହାନ୍ତି ଆଲୋଚନା କରିଥିଲେ। ଗଣମାଧ୍ୟମ ହେଉଛି ସମାଜର ଦର୍ପଣ ସଦୃଶ, ଏବଂ ସ୍ୱାସ୍ଥ୍ୟଗତ ସଚେତନତା ପାଇଁ ଗଣମାଧ୍ୟମର ବ୍ୟବହାର ପ୍ରକୃଷ୍ଟ ବୋଲି, ସମସ୍ତ ବରିଷ୍ଠ ଚିକିତ୍ସକ ଏହି ବୈଠକରେ କହିଥିଲେ। ସୂଚନା ଥାଉକି ଚଳିତ ବର୍ଷ, ଜନ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ତରଫରୁ, ଜିଲ୍ଲାରେ ୨୮,୫୭,୦୦୦ ରୁ ଉର୍ଧ୍ଵ ଜନସାଧାରଣଙ୍କୁ ଏହି ସାର୍ବଜନୀନ ଔଷଧ ସେବନ ପ୍ରକ୍ରିୟାରେ ସାମିଲ କରାଇବା ପାଇଁ ପ୍ରଶାସନ ଉଦ୍ୟମ କରିଛି। ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାରୁ ଏଥି ସହିତ ସମ୍ପ୍ରଦାୟ ସଚେତନତା ମାଧ୍ୟମରେ ଏବଂ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ସଚେତନ କରାଇବା ପାଇଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ଜିଲ୍ଲାପାଳ ଦାୟିତ୍ୱ ଦେଇଥିଲେ। ଆଜିର ଏହି ବୈଠକ ମାଧ୍ୟମରେ ଜିଲ୍ଲାରେ କିପରି ଫାଇଲେରିଆ ନିଦାନ ପାଇଁ ପଦକ୍ଷେପ ସବୁ ନିଆ ଯାଉଛି ଏବଂ ପ୍ରତ୍ୟେକ ସର୍ବେକ୍ଷଣ ତଥ୍ୟକୁ କିଭଳି ଉପଯୋଗୀତାର ସହିତ ସମ୍ପାଦନା କରା ଯାଉଛି ସେ ବିଷୟରେ ଚିକିତ୍ସା ଅଧିକାରୀ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅବଗତ କରାଇଥିଲେ।

ମୟୂରଭଞ୍ଜ, ବାରିପଦାରୁ -ଗୌର ଦାସଗିରିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ