ଜାତୀୟ ମହାରାଜା ସେଭେନ୍ସ ରଗବୀ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ବିଭିନ୍ନ ରାଜ୍ୟର 9ଟି ପୁରୁଷ, 6ଟି ମହିଳା ଟିମର ଅଂଶ ଗ୍ରହଣ
ବାରିପଦା ତା 13/12(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ମୟୁରଭଞ୍ଜ ଫାଉଣ୍ଡେସନ ଓ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ମିଳିତ ଆନୁକୂଲ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଜାତୀୟ ସ୍ତରୀୟ ମହାରାଜା ସେଭେନସ ରଗବୀ ଟୁର୍ଣ୍ଣାମେଣ୍ଟ ବାରିପଦା ଷ୍ଟାଡିୟମ ଠାରେ ଉଦଘାଟିତ ହୋଇଯାଇଛି. ଉଦଘାଟନୀ ଉତ୍ସବରେ ଫାଉଣ୍ଡେସନର ଅଧ୍ୟକ୍ଷା ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ସଭାପତିତ୍ୱରେ ଅତିଥି ଭାବେ ବାରିପଦା ବିଧାୟକ ପ୍ରକାଶ ସୋରେନ, ଜିଲ୍ଲାପାଳ ହେମକାନ୍ତ ସୟ, ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ବାରିପଦା ଉପ ଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା, ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଓ ଫୁଟବଲ ସମ୍ପାଦକ ଅମର କୁମାର ସେଠୀ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ. ପ୍ରଥମ ଥର ପାଇଁ ମହାରାଜା ଶ୍ରୀରାମ ଚନ୍ଦ୍ର ଭଂଜଦେଓଙ୍କ ସ୍ମୃତିରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ପୁରୁଷ ବିଭାଗରେ ବାରିପଦା, ଓଡିଶାର ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ, କଳିଙ୍ଗ ରଗବୀ ଟିମ, ଫ୍ୟୁଚର ହୋପ ହାର୍ଲିକିନ କୋଲକାତା, ଫ୍ୟୁଚର ହୋପ ଯାକେଲ କୋଲକାତା, କୋଲକାତା ପୋଲିସ, ତାମିଲନାଡୁ ପୋଲିସ, ଝାଡ଼ଖଣ୍ଡ ହାକ୍ସ, ଦିଲ୍ଲୀ ହରିକେନ୍ସ ଓ ମୁମ୍ବାଇ ମାଜିସିଆନ ସମେତ ୯ଟି ଟିମ ଏବଂ ମହିଳା ବିଭାଗରେ ଫ୍ୟୁଚର ହୋପ, କୋଲକାତା ପୋଲିସ, କଳିଙ୍ଗ ରଗବୀ, ସରସ୍ବତୀପୁର ସିଲିଗୁରି ଆସାମ, ବାରିପଦା ଓଡିଶାର ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ସମେତ ୬ ଟି ଦଳ ଅଂଶଗ୍ରହଣ କରିଛନ୍ତି. ଉଦଘାଟନୀ ଦିବସରେ ଉଭୟ ପୁରୁଷ ଓ ମହିଳା ବିଭାଗର ମୋଟ ୨୦ ଟି ମ୍ୟାଚ ଖେଳାଯାଇଥିଲା. ଜିଲ୍ଲା କ୍ରୀଡା ଅଧିକାରୀ ଡଃ ସୁଭାଶିଷ ନାୟକଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ସୋମନାଥ ସିଂହ ମଞ୍ଚ ପରିଚାଳନା କରିଥିଲେ. ସହ ଆୟୋଜକ ଦିବ୍ୟରଞ୍ଜନ ଦାସ ଟୁର୍ଣ୍ଣାମେଣ୍ଟ ର ସବିଶେଷ ସୂଚନା ପ୍ରଦାନ କରିଥିବା ବେଳେ, ମହାରାଜା ଶ୍ରୀ ଭଞ୍ଜଦେଓ ଧନ୍ୟବାଦ ଅର୍ପଣ କରିଥିଲେ.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0