।। ଜ଼ିଲ୍ଲାରେ ପୁଣି ବାଘ ଆତଙ୍କ ସାତ ବର୍ଷର ନାବାଳକକୁ ଖାଇଗଲା ବାଘ ।।

ନୂଆପଡା : ନୂଆପଡା ଜ଼ିଲ୍ଲାରେ କିଛି ଦିନର ନୀରବତାପରେ ପୁଣି ବାଘ ଆତଙ୍କ ଖେଳାଇଛି l ସନ୍ଧ୍ୟା ସମୟରେ ଗାଈ ରାସ୍ତାରେ ଖେଳୁଥିବା ଜଣେ ନାବାଳକକୁ ଗାଁ ମଝିରୁ ବାଘ ଟାଣି ନେଇଥିବାର ଏପରି ଦୁଖଦଃ ଖବର ମିଳିଛି l ସୂଚନା ମୁତାବକ ନୂଆପଡା ଜ଼ିଲ୍ଲା ସଦର ବ୍ଲକ ଧରମବନ୍ଧା ଥାନା ଅନ୍ତର୍ଗତ ଭରୁଆମୁଣ୍ଡା ପଞ୍ଚାୟତର ସୁନାବେଡା ଅଭୟାରଣ୍ୟ ମଧ୍ୟରେ ଥିବା କଟିଙ୍ଗପାଣି ଗ୍ରାମରୁ ଜଣେ ନାବାଳକକୁ ବାଘ ଉଠାଇନେଇ ମାରିଦେଇଛି l କଟିଙ୍ଗପାଣି ଗ୍ରାମର ବାବା ପଡ଼ାର ଡମ୍ୱରୁଧର ଧରୁଆ (7) ପିତା ହୁମନ ଧରୁଆ ସନ୍ଧ୍ୟା ପ୍ରାୟ 6.30 ମିନିଟ ସମୟରେ ଗୋଟିଏ କାଲରାପତରିଆ ବାଘ ତାକୁ ଟାଣି ନେଇଥିଲା ଏହା ଦେଖି ଗ୍ରାମବାସୀ ଠେଙ୍ଗାବାଡ଼ି ଧରି ବାଘକୁ ଗୋଡ଼ାଇଥିଲେ l ହେଲେ ବାଘଟି ନାବାଳକକୁ 200 ମିଟର ଟାଣି ନେଇ ପଥର ତଳେ ପକାଇ ଦେଇ ଚାଲିଯାଇଥିଲା l କିନ୍ତୁ ସେତେବେଳକୁ ନାବାଳକ ଡମ୍ବରୁଧରଙ୍କ ପ୍ରାଣ ବାୟୁ ଉଡିଯାଇଥିଲା l ଖବର ପାଇ ବନବିଭାଗ ଗାଁରେ ପହଞ୍ଚି ମୃତ୍ୟୁ ଦେହକୁ ନୂଆପଡା ମୁଖ୍ୟ ଚିକିସ୍ୟାଳୟକୁ ଶବ ବ୍ୟବଛେଦ କରିବା ପାଇଁ ଆଣି ଥିବା ସୁନାବେଡା ବନ୍ୟଜନ୍ତୁ ବନଖଣ୍ଡର ଧରମବନ୍ଧା ରେଞ୍ଜର ଗଜେନ୍ଦ୍ର ପାଲ ସିଂ ମାଥୁର ଜଣାଇଛନ୍ତି l ଗତ ଦିନରେ ସୁନାବେଡା ଅଭୟାରଣ୍ୟ ଭିତରେ ଜଳ ମଡ଼େଇ ଗ୍ରାମରେ ଜଣେ 70 ବର୍ଷିଆ ବୃଦ୍ଧାଙ୍କୁ ବାଘ ଖାଇଯାଇଥିଲାବେଳେ ପୁଣି ଜ଼ିଲ୍ଲାରେ ବାଘର ଆତଙ୍କ ଦେଖା ଦେଇଛି l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






