।। ଜନ ସମୁଦ୍ର ମଧରେ ଭୂପେଶ ବାଘେଲଙ୍କ ନିର୍ବାଚନୀ ପ୍ରଚାର କାଶୀପୁର ।।

May 8, 2024 - 19:47
 0  9
।। ଜନ ସମୁଦ୍ର ମଧରେ ଭୂପେଶ ବାଘେଲଙ୍କ ନିର୍ବାଚନୀ ପ୍ରଚାର କାଶୀପୁର ।।

ଚଳିତ ୨୦୨୪ ସାଧାରଣ ନିର୍ବାଚନୀ ମହଳ ସର୍ ଗରମ୍ କାଶୀପୁର ରେ ଦେଖିବାକୁ ମିଳୁଛି। ଏହି ପରିପକ୍ଷୀରେ ୨୪ ନିର୍ବାଚନ ସିଜନ ରେ ବିଭିନ୍ନ ଦଳୀୟ ରାଜନେତା ମାନେ ଭୋଟରର୍ସଙ୍କୁ ଆକୃଷ୍ଠ କରିବାରେ ଜୋର ଦାର୍ ଧରିଛନ୍ତି। ୨୪ ନିର୍ବାଚନୀ ରେ ରାୟଗଡା ବିଧାନସଭା ଆସନ ପାଇଁ କଂଗ୍ରେସ ସବୁପ୍ରକାର କସରତ କରିସାରିଛି। ରାୟଗଡାରେ ରାହୁଲ ଗାନ୍ଧୀଙ୍କ ସଭାକୁ ଯେଉଁ ଭଳି ଜନ ସମାଗମ ହୋଇଥିଲା, ତାହା ବିଜେଡି ଓ ପିଜେପି ପାଇଁ ଚିନ୍ତାର ବିଷୟ ପାଲଟିଛି। ପୂଣି ଆଜି କାଶୀପୁର ଠାରେ କାଶୀପୁର ଠାରେ ଜିଲ୍ଲା କଂଗ୍ରେସର ନିର୍ବାଚନ ରାଲିରେ ଛତିଶଗଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେଶ ବାଘେଲ ଏକ ହେଲିକେପ୍ଟର ଯୋଗେ ଯୋଗ ଦେଇ ରାଲିରେ ଷ୍ଟାର ପ୍ରଚାରକ ଭାବେ କରାପୁଟ ଲୋକସଭା ସଂସଦ ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ଏବଂ ରାୟଗଡା ବିଧାନସଭା ପ୍ରାର୍ଥୀ ଶ୍ରୀ ଆପଲସାମି କାଡ୍ରାକାଙ୍କୁ ହାତ ଚି଼ହ୍ନ ରେ ଭୋଟ ଭିକ୍ଷା କରିଥିଲେ ଏବଂ ବିଜେପିରେ ଚାରି ସହ ପାର ନାରାକୁ ନେଇଁ ଏହା ମୋଦିଙ୍କ ମାନସିକ ଦୃବଳତା ବୋଲି ଶ୍ରୀ ବାଘେଲ ଗଣମାଧ୍ୟମ ରେ ପ୍ରକାଶ କରିଥିଲେ ।ଏହି ରୋଡ଼ ଶୋ ରେ ଶ୍ରୀ ବାଘେଲଙ୍କ ବ୍ୟତୀତ ଏମପି ସପ୍ତଗିରି ଶଙ୍କର ଉଲାକା, ସପ୍ତଗିରିଙ୍କ ଧର୍ମପତ୍ନୀ,ବିଧାୟକ ପ୍ରାର୍ଥୀ ଆପଲ ସାମି କାଡ୍ରାକା ହଜାର ହଜାର କଂଗ୍ରେସ ପ୍ରେମୀଙ୍କ ଗହଣରେ କଂଗ୍ରେସ ର ପ୍ରଚାର କରିଥିଲେ ଏବଂ କଂଗ୍ରେସ ରେ ହାତ ଚି଼ହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଅନୁରୋଧ କରିଥିବାର ଦେଖିବାକୁ ମିଳିଥିଲା। ରୋଡ ଶୋ ରେ ପ୍ରମୁଖ ଭାବେ ଦୁର୍ଗା ପ୍ରସାଦ ପଣ୍ଡା, ବ୍ଲକ କଂଗ୍ରେସ ସଭାପତି ଅଙ୍ଗଦ ନାଏକ, ସଦାନନ୍ଦ ନାଏକ, ସଂସଦ ପ୍ରତିନିଧି କାଶୀପୁର, ଅନିଲ ଜୈନ, ପି. ଦେବେନ୍ଦ୍ର ରାଓ, ଭୁବନେଶ୍ୱର ମହାନ୍ତି ଓ ଅନ୍ୟ ମାନେ କାର୍ଯ୍ୟକ୍ରମର ଦାୟିତ୍ୱ ତୁଲାଇ ଥିବା ବେଳେ ରାଲିରେ ହଜାର ହଜାର ସଂଖ୍ୟାରେ କଂଗ୍ରେସ ପ୍ରେମୀ ଯୋଗ ଦେଇଥିଲେ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ