ଚୈତ୍ର ପର୍ବ ଓ ପଲ୍ଲିଶ୍ରୀ ମେଳା–୨୦୨୬ ପାଳନ ୧୧ରୁ ୧୫ ତାରିଖ ଯାଏଁ ଅନୁଷ୍ଠିତ ହେବ: ପ୍ରଥମ ତିନି ଦିନ ବିଭିନ୍ନ ଛଉ ନୃତ୍ୟ ଆୟୋଜନ ହେବ
ବାରିପଦା, (୧୦/୦୪) ଗୌର ଦାସଗିରି ମୟୂରଭଞ୍ଜ ଜିଲ୍ଲାର କଳା ସଂସ୍କୃତି ପାଇଁ ସ୍ୱତନ୍ତ୍ର ପରିଚୟ ପ୍ରାପ୍ତ ଚୈତ୍ର ପର୍ବ-୨୦୨୬ କୁ ମହା ଧୁମଧାମରେ ପାଳନ କରିବା ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଚୂଡ଼ାନ୍ତ କରିଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏହାର ବିଭିନ୍ନ ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ଚଳିତ ବର୍ଷ ଚୈତ୍ର ପର୍ବ ସହ ସମକାଳୀନ ଭାବରେ ପଲ୍ଲିଶ୍ରୀ ମେଳା ମଧ୍ୟ ଆୟୋଜନ ହେବାକୁ ଯାଉଛି । ଏହା ଚଳିତ ମାସ ୧୧ ତାରିଖରୁ ଆସନ୍ତା ୧୫ ତାରିଖ ଯାଏଁ ଦୀର୍ଘ ପାଞ୍ଚ ଦିନ ଧରି ଆୟୋଜନ ହେବ । ପ୍ରଥମ ତିନି ଦିନ ଗ୍ରାମୀଣ ଛଉ ନୃତ୍ୟ ସହ ବାରିପଦାର ପ୍ରସିଦ୍ଧ ଛଉ ଆଖଡ଼ା ଉତ୍ତର ସାହି ଓ ଦକ୍ଷିଣ ସାହି ନିଜ ନିଜର ନୃତ୍ୟ ପରିବେଷଣ କରିବେ । ସେହିପରି ଅନ୍ୟ ରାଜ୍ୟର ଲୋକନୃତ୍ୟ ଯଥା- ମଟକି, କାଲବାଲିଆ, କଥକ, ଲାଭାନୀ, କଲାରୀ ପଇଥୁ, ମାଲକମ୍ ପ୍ରଭୃତି ଦଳ ନିଜ ନିଜର ନୃତ୍ୟ ପ୍ରଦର୍ଶନ କରିବେ । ଏହି ଅବସରରେ ଆସନ୍ତାକାଲି ଉଦଘାଟନୀ ସମାରୋହରେ ଦିନ ତିନି ଘଟାକାରେ ଏକ ବିରାଟ ଶୋଭାଯାତ୍ରା ବାରିପଦାର ଅଧିଷ୍ଠାତ୍ରୀ ମାଁ ଅମ୍ବିକା ମନ୍ଦିରରୁ ବାହାରି ଛଉ ପଡ଼ିଆରେ ସମାପନ ହେବ । ସେହିପରି ଅନ୍ୟ ରାଜ୍ୟର ଲୋକନୃତ୍ୟ ନୃତ୍ୟ ଯଥା- ମଟକି, କାଲବାଲିଆ, କଥକ, ଲାଭାନୀ, କଲାରୀ ପଇଥୁ, ମାଲକମ୍ ପ୍ରଭୃତି ଦଳ ନିଜ ନିଜର ନୃତ୍ୟ ପ୍ରଦର୍ଶନ କରିବେ । ସେହିପରି ଏହି ଚୈତ୍ର ଉତ୍ସବ ଅବସରରେ ଓରମାସ୍ ତଥା ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି ପକ୍ଷରୁ ଆୟୋଜନ ହେବାକୁ ଥିବା ଏହି ପଲ୍ଲିଶ୍ରୀ ମେଳାରେ ମୋଟ୍ ୧୫୦ଟି ବିଭିନ୍ନ ବିଭାଗର ପ୍ରଦର୍ଶନୀ ଷ୍ଟଲ ଖୋଲିବାକୁ ଯୋଜନା ହୋଇଛି । ଏହାସହ ଛଉ ନୃତ୍ୟକୁ ବିଶ୍ୱ ଦରବାରରେ ପରିଚିତ କରିବା ନିମନ୍ତେ ଛଉ ନୃତ୍ୟରେ ବ୍ୟବହୃତ ହେଉଥିବା ଅଳଙ୍କାର, ବାଦ୍ୟଯନ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶନ କରାଯିବ । ସେହିପରି ଛଉ ନୃତ୍ୟ ସମ୍ବନ୍ଧୀୟ ବିଭିନ୍ନ କୁଇଜ୍ ଓ ଟ୍ରେଜର୍ ହଣ୍ଟ୍ ପ୍ରତିଯୋଗିତା ଆୟୋଜନ ହେବ । ଏତତ୍ ବ୍ୟତୀତ ବିଭିନ୍ନ ଅଞ୍ଚଳର ଖାଦ୍ୟ ଷ୍ଟଲ ଖୋଲିବା ସହ ଦେଶୀୟ ଖାଦ୍ୟ ଷ୍ଟଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ବ୍ରାଣ୍ଡିଂ, ପ୍ୟାକେଜିଂ ଏବଂ ମାର୍କେଟିଂ ପାଇଁ ବିଭିନ୍ନ ଉତ୍ସର୍ଗୀକୃତ ଷ୍ଟଲ୍ ଆୟୋଜନ ହେବ । ଆଜିର ବୈଠକରେ ଓରମାସ୍ ଡେପୁଟି ସିଇଓ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ରାଉତ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଶୁଭାଶିଷ ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଶିଶିର କୁମାର ମୁନ୍ଦୁୟା ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0