ଚେକ୍ ଡ଼୍ୟାମରେ ଗାଧୋଉ ଥିବା ବେଳେ ଗୋଡ଼ ଖସି ଯୁବକ ମୃତ

Nov 11, 2024 - 22:24
 0  95
ଚେକ୍ ଡ଼୍ୟାମରେ ଗାଧୋଉ ଥିବା ବେଳେ ଗୋଡ଼ ଖସି ଯୁବକ ମୃତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୧୧,୧୧,୨୦୨୪ ରିଖ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଧୋଡ଼ିପାଣି ପଞ୍ଚାୟତ ସଦର ଗ୍ରାମର ଜଣେ ଯୁବକ ଚେକ୍ ଡ୍ୟାମ୍ ରେ ଗାଧୋଉ ଥିବା ବେଳେ ଗୋଡ଼ ଖସି ମୃତ୍ୟୁ ଘଟିଛି ! ସେ ହେଉଛନ୍ତି ଭବାନୀ ଶଙ୍କର ନାୟକ (୨୧) ଧୋଡ଼ିପାଣି ଗ୍ରାମର ପ୍ରେମଲାଲ ନାୟକଙ୍କ ପୁଅ ଭବାନୀ ଶଙ୍କର ରବିବାର ଧୋଡ଼ିପାଣି ପିଲା ନଦୀରେ ଥିବା ଚେକ୍ ଡ୍ୟାମକୁ ଗାଧୋଇବା ପାଇଁ ଯାଇ ଥିଲେ ! ଭବାନୀ ଗାଧୋଇ କି ଘରକୁ ଫେରୁ ଥିବା ସମୟରେ ସେଠାରେ ଥିବା ପଙ୍କରେ ଗୋଡ଼ ଖସି ପଡି ଯିବାରୁ ମୁଣ୍ଡରେ ପଥର ବାଜି ପାଣି ଭିତରେ ଅଚେତ ହୋଇ ପଡି ଯାଇ ଥିଲେ ! କିଛି ଲୋକ ଦେଖି ପରିବାର କୁ ଖବର ଦେବା ପରେ ପରିବାର ଲୋକେ ତୁରନ୍ତ ୧୦୮ ଯୋଗେ ଚିକିତ୍ସା ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତୀ କରି ଥିଲେ ! ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ! ପ୍ରେମଲାଲ ନାୟକ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ ଦେବା ପରେ ପୋଲିସ ଡାକ୍ତରଖାନା ଯାଇ ଶବ ଜବତ କରି ଥିଲା !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ