।। ଚାଟିକଣା ବଡ ଗଦଗଦା ଠାରେ ଗାଧଇବାକୁ ଯାଇ ଯୁବକ ନିଖଜ ।।

Jun 8, 2024 - 12:03
 0  493
।। ଚାଟିକଣା ବଡ ଗଦଗଦା ଠାରେ ଗାଧଇବାକୁ ଯାଇ ଯୁବକ ନିଖଜ ।।

ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ନିକଟସ୍ଥ ପ୍ରଶିଦ୍ଧ ଶୈବପୀଠ ଚାଟିକଣା ପାତାଳେଶ୍ବର ମନ୍ଦିର ନିକଟସ୍ଥ ବଡ ଗଦଗଦା ଠାର ଗାଧେଇବାକୁ ଯାଇ ଯୁବକ ନିଖୋଜ ଥିବା ବେଳେ। ସାଙ୍ଗରେ ସାଥି ହୋଇ ଯାଇ ଥିବା ସାଙ୍ଗ ସାଥି ମାନେ ଖୋଜାଖୋଜି କରିଥିଲେ। ହେଲେ ଯୁବକ ଜଣକୁ ନ ପାଇବାରୁ। ସ୍ଥାନୀୟ ଦମକଳ ବାହୀନି କୁ ଖବର ଦେଇଥିଲେ । ଖବର ପାଇ ଦମକଳ ବାହୀନି ଘଟଣାସ୍ଥଳରେ ପହଂଚି ଦିର୍ଘ ତିନିଘଣ୍ଟାରୁ ଉର୍ଦ୍ଧ ସମୟଧରି ଦମକଳ ବାହିନି ଖଜାଖଜିପରେ ଯୁବକ ଜଣଙ୍କର ପତ୍ତା ମିଳିଥିଲା । ଯୁବକ ଜଣଙ୍କ ହେଲେ ଗୁଣୁପୁର ଅଞ୍ଚଳର ସରଜ କୁମାର ମିଶ୍ର ବଲି ଜଣାପଡିଛି। ବିଷମକଟକ ଖାଲସାହିରେ ରହୁଥିବା ନିଜମାମୁ ଅଶୋକ ହୋତା ଙ୍କ ଘରକୁ ବୁଲିବାକୁ ଆଶିଥିଲେ । ଆଜି ଚାଟିକଣା ପାତାଳେଶ୍ବର ମନ୍ଦିର ନିକଟସ୍ଥ ବୁଲାବୁଲି କରି ବଡ ଗଦଗଦା ନିକଟକୁ ଗାଧୋଇବାକୁ ଯାଇଥିବା ବେଳେ ଯୁବକ ଜଣକ ନିଖୋଜ ଥିବା ଜଣାପଡିଥିଲା। ଘୋଟଣାସ୍ଥଳରେ ବିଷମକଟକ ଦମକଳ ବାହିନି ଅଧିକ ଛାନଭିନ୍ କରୁଛି। ତେବେ ଯୁବକ ଜଣଙ୍କ ବ୍ରହ୍ମପୁର ଠାରେ ମାଷ୍ଟର ଡିଗ୍ରୀ କରୁଥିବା ବେଳେ ଆଜି ନିଜ ଚାରିଜଣ ସାଙ୍ଗଙ୍କ ସହିତ ମିଶି ଚାଟିକଣା ବଡ ଗଦଗଦାକୁ ଗାଧଇବାକୁ ଆଶିଥିଲେ । ଶେଷରେ ଦମକଳ ବାହୀନି ଶବକୁ ଉଧାର କରିବା ପରେ ସମ୍ପର୍କୀୟ ଲୋକ ଓ ସାଙ୍ଗସାଥୀ ଶବକୁ ନେଇଯାଇଥିଲେ । ବଡକଥା ହେଲl ଯୁବକଙ୍କୁ ପହଁରା ଜଣାଥିବାର ସୂଚନା ମିଳିଛି ।

 ରାୟଗଡା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ