।। ଘଣ୍ଟ ଯାତ୍ରା ଉଦଯାପିତ ।।

Apr 24, 2024 - 16:18
 0  8
।। ଘଣ୍ଟ ଯାତ୍ରା ଉଦଯାପିତ ।।

ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମ ମାଁ ଡୋକରୀ ଦେବୀଙ୍କ ଘଣ୍ଟ ଯାତ୍ରା ଉଦଯାପିତ ହୋଇଯାଇଛି l ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ମହାସୋମହାର ରେ ହୋଇ ଥିଲା l ଆଜି ତା 23/04/2024ରିଖ ମଙ୍ଗଳବାର ଦିନ ଡୋକରୀ ମନ୍ଦିର ରୁ ଦେବାଦେବୀ ଗାଁ କୁ ବିରଜାମାନ କରି ଗାଁ ଗାଁ ବୁଲି ଭକ୍ତ ଓ ସେବକ ମାନଙ୍କ ପାଖରେ ଯାଇ ଦୁଃଖ ଦୂର କରିବା ନେଇ ପ୍ରତି ବର୍ଷ ଚୈଇତମାସ ହିଁ ଗାଁ ଭିତରକୁ ଯାଇଥାନ୍ତି l ପୁଣି ନଅ ଦିନ ପରେ ଗାଁ ରୁ ମନ୍ଦିର କୁ ବାହୁଡ଼ି ଥାନ୍ତିl ପୂଜାରୀ ଦେବୀ ଖେଳ କରି ଗାଁ ର ଘର କୁ ଘର ବାଉଁଶ ଲାଟି ଧରି ହଲି, ଝୁଲି, ଧାଇଁ ନୃତ୍ୟ କରି ଯାଇ ଦୁଃଖରେ ଥିବା ଭକ୍ତ ମାନଙ୍କୁ ଆଶୀର୍ବାଦ ଦେଇଥିବା ଦେଖିବା ଅତିସୁନ୍ଦର ଲାଗେ l ଗାଁ ରୁ ମନ୍ଦିର ପ୍ରାୟ ଏକ କିଲୋମିଟର ରୁ ଉର୍ଦ୍ଧ ହେବ ପୁଝାରୀ ସହ ପୁରୁଷ ମହିଳା ବି କଣ୍ଟା ଶିକୁଳି, ତ୍ରିଶୂଳ, ଖଣ୍ଡା, ଧରି ଅନେକ ଭକ୍ତ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇ ମନ୍ଦିର କୁ ଫେରି ଥାନ୍ତି l ମାନସିକତ କରି ଥିବା ଭକ୍ତ ର ମାନସିକ ପୂରଣ ହେଲେ ନିଜ ନିଜର ପୂଜା ଆକାରରେ କିଛି ବୋଳି ଦେଇ ଥିବା ପରମ୍ପରା ଚାଲିଛି l ଏଥିରେ ପୁଲ, କଦଳୀ, ନଡ଼ିଆ ଚିଙ୍ଗୁଡ଼ି,କୁକୁଡ଼ା, ପାରା, ହଂସ, ଛେଳି ମେଣ୍ଢା ଇତ୍ୟାଦି ବୋଳି ଦେଇ ଥାନ୍ତି l ଏହା ଦେଖିବା ପାଇଁ ବହୁଦୂର ଦୁରାନ୍ତ ରୁ ମାଁ ଡୋକରୀ ମନ୍ଦିର ଯାଇ ଦର୍ଶକ ଦେଖି ବା ଏବଂ ରାତିରେ ସାଂସ୍କୃତିକ ନାଟକ ମାଁ ଡୋକରୀ ପୂଜା କମିଟି ଆୟୋଜନ କରିଥିଲେ l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ