।। ଘଟଗାଁ ଆଇ ଆଇ ସି ଙ୍କୁ ମିଳିଛି ଏକ ବଡ ସଫଳତା ।।

Apr 27, 2024 - 19:08
 0  47
।। ଘଟଗାଁ ଆଇ ଆଇ ସି ଙ୍କୁ ମିଳିଛି ଏକ ବଡ ସଫଳତା ।।

କେନ୍ଦୁଝର ଜିଲ୍ଲା ଘଟଗାଁ ତାରିଣୀ ମନ୍ଦିର କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରେ ମଧ୍ୟ ପ୍ରସିଦ୍ଧ ଲାଭ କରିବା ସହିତ ଓଡ଼ିଶା ମାନଚିତ୍ରରେ ସୁତନ୍ତ୍ର ସ୍ଥାନ ପାଇଛି।ଏହି ଦେବୀ ପୀଠ କୁ ନିଶାମୁକ୍ତ ଅଞ୍ଚଳ କରିବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ଏଠାରେ କୌଣସି ସରକାରୀ ସ୍ବୀକୃତି ପ୍ରାପ୍ତ ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦିଆ ଯାଉନାହିଁ। ହେଲେ ଏଠାରେ ଦିନକୁ ଦିନ ଚୋରା ମଦ ବେପାରୀ ସଂଖ୍ୟା ବଢ଼ି ଚାଲୁଥିବା ବେଳେ ଏହାକୁ ରୋକିବା ନିମନ୍ତେ ସୁଭ୍ରାନ୍ତ କୁମାର ଜେନା କମିଶନର ଅଫିସ ରୁ ଘଟଗାଁ ଥାନରେ ନୂତନ ଆଇ ଆଇ ସି ଭାବେ ଯୋଗ ଦେଇଛନ୍ତି। ବିଶେଷ ସୂତ୍ରରୁ ଖବରପାଇ ଆଇ ଆଇ ସି ଙ୍କ ତତ୍ତ୍ଵାବଧାନରେ ଏସ ଆଇ ଅନୁପ ଲୁଗୁନ ସାଥି କର୍ମଚାରୀ ଙ୍କ ସହଯୋଗରେ ବିଳମ୍ବିତ ରାତିରେ ଉପରଡିହା ଗ୍ରାମ ଅରବିନ୍ଦ ପେରେଇ ଘରେ ଚଢ଼ାଉ କରିଥିଲେ। ଉକ୍ତ ବେପାରୀଙ୍କ ଘରୁ ଦୁଇ ଶହ ଲିଟର ଵିଆର ଓ ଅନ୍ୟାନ୍ୟ ବିଦେଶୀ ମଦ ଜବଦ କରି ଗିରଫ କରିବାରେ ସଫଳ ହୋଇଛନ୍ତି।ମଦ ବେପାରୀ ପେରାଇ ଙ୍କ ନାମରେ ୧୮୯/୨୦୨୪ କେସ ରୁଜୁ କୋର୍ଟ ଚାଲାଣ କରିଛନ୍ତି। ଶ୍ରୀ ଜେନା ଙ୍କ ଏଭଳି କାର୍ଯ୍ଯ ଦେଖି ଅଞ୍ଚଳ ବାସୀ ପ୍ରଶଂସା କରୁଛନ୍ତି ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ