ଗୁଜରାଟରେ ଅନୁଷ୍ଠିତ ୭ ଦିନିଆ ଏନ୍ଏସ୍ଏସ୍ ରାଷ୍ଟ୍ରୀୟ ସଂହତି ଶିବିରରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରୁ ୧୦ ସ୍ୱେଚ୍ଛାସେବୀ ସାମିଲ

Nov 14, 2024 - 21:09
 0  13
ଗୁଜରାଟରେ ଅନୁଷ୍ଠିତ ୭ ଦିନିଆ ଏନ୍ଏସ୍ଏସ୍ ରାଷ୍ଟ୍ରୀୟ ସଂହତି ଶିବିରରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରୁ ୧୦ ସ୍ୱେଚ୍ଛାସେବୀ ସାମିଲ

ବାରିପଦା ୧୪/୧୧: ରାଷ୍ଟ୍ରୀୟ ସେବା ଯୋଜନା ଆନୁକୁଲ୍ୟରେ ୭ ଦିନ ବ୍ୟାପୀ ରାଷ୍ଟ୍ରୀୟ ସଂହତି ଶିବିର ଗୁଜରାଟ ପାଟନ ସ୍ଥିତ ହେମଚନ୍ଦ୍ରଆଚାର୍ଯ୍ୟ ନର୍ଥ ଗୁଜୁରାଟ ବିଶ୍ୱବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରୁ ୧୦ ଜଣ ସ୍ୱେଚ୍ଛାସେବୀ, ସୀମାନ୍ତ ମହାବିଦ୍ୟାଳୟର ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ଆରତୀ ହୋ ଙ୍କ ନେତୃତ୍ବରେ ଯୋଗଦେଇଥିଲେ । ଏହି ଶିବିରରେ ଦେଶର ୧୧ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରୁ ୨୧୦ ଜଣ ସ୍ୱେଚ୍ଛାସେବୀ ଯୋଗଦେଇଥିଲେ । ଦେଶର ଯୁବକଯୁବତୀ ମାନଙ୍କ ଭାରତର ସମୃଦ୍ଧ ସାଂସ୍କୃତିକ ବିବିଧତା, ବିବିଧ ସଂସ୍କୃତିର ଇତିହାସ, ଭାରତ ବିଷୟରେ ଜ୍ଞାନ ମାଧ୍ୟମରେ ଜାତୀୟ ଗର୍ବ ଏବଂ ସାମାଜିକ ସେବା ମାଧ୍ୟମରେ ଦେଶକୁ ଏକୀକୃତ କରିବା ଏହି ଶିବିରର ଲକ୍ଷ୍ୟ ଥିଲା । ସ୍ୱେଚ୍ଛାସେବୀ ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଗାଁ ଭୋଦନଗରର ଶର୍ମିଷ୍ଠା ହ୍ରଦ, କ୍ରିତୀ ତରାନ , ଆର୍ଟ ଗେଲରି ସଂଗ୍ରାହଳୟ ଏବଂ ଐତିହାସିକ କୀର୍ତ୍ତି ସ୍ଥାନ ରାଣୀ କି ଭାବ ଓ ସୂର୍ଯ୍ୟ ମନ୍ଦିର ମଧିରା ପରିଦର୍ଶନ କରିଥିଲେ । ପ୍ରତିଦିନ ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ ଯୋଗ, ରଙ୍ଗୋଲି, ପାରମ୍ପରିକ ଚାଲି, ପାରମ୍ପାରିକ ନୃତ୍ୟ , ଏକକ ଅଭିନୟ୍, ଏକକ ନୃତ୍ୟ ଏବଂ ସାମୁହିକ ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସାମୁହିକ ନୃତ୍ୟରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, ଜାତୀୟ ସେବା ଯୋଜନା ବ୍ୟୁରୋ ସଂଯୋଜକ ଡ. ବସନ୍ତ କୁମାର ମହାନ୍ତ ୍, ଜିଲ୍ଲା ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡ. ଅନାମ ଚରଣ ରାଉଳ ପ୍ରମୁଖ ସ୍ୱେଚ୍ଛାସେବୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଏହି ଶିବିରରେ ବିଶ୍ଵବିଦ୍ୟାଳୟରୁ ୧୦ ଜଣ ସ୍ୱେଚ୍ଛାସେବୀ ମାନଙ୍କୁ ମନୋନୀତ କରିଥିବାରୁ ଓଡ଼ିଶାର ଆଞ୍ଚଳିକ ନିର୍ଦେଶକ ସୁଶ୍ରୀ ସରିତା ପଟେଲ ଓ ରାଜ୍ୟ ନୋଡାଲ ଅଧିକାରୀ ଡ. ରମେଶ ବେହେରାଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି । ବିଶ୍ଵବିଦ୍ୟାଳୟରୁ ସ୍ୱେଚ୍ଛାସେବୀ ଲୁସି ଟୁଡୁ, ଦେବ କୁମାର ବେହେରା, ଶଶ୍ମିତା ରାଉତ, କସ୍ତୁରି ମହାନ୍ତ, ସାଗରିକା ପଟ୍ଟନାୟକ, ରଶ୍ମିତା ରାଉତ, ବଳରାମ ମହାନ୍ତ, ବିବେକ କୁମାର ଜେନା, ତନୁ ବେସ୍ରା ଓ ଦୁର୍ଗା ମୁର୍ମୁ ପ୍ରମୁଖ ଏହି ଶିବିରରେ ଯୋଗଦେଇଥିଲେ । ସ୍ୱେଚ୍ଛାସେବୀ ଆଦର୍ଶ କୁମାର ରାଉତ, ସମୀର ମହାରଣା, ରିଙ୍କୁ ଦାସ ତଥା ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ କାର୍ଯ୍ୟାଳୟରୁ ଦେବେନ୍ଦ୍ର ପତି, ଅଜୟ ବଳ, ରାମଚନ୍ଦ୍ର ବାସ୍କେ ପ୍ରମୁଖ ସହଯୋଗ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ