ଗଡଗଡ଼ବାହାଲି ପ୍ରାଥମିକ ବିଦ୍ୟାଳୟରେ, 5ଟି ଶ୍ରେଣୀକୁ 2ଟି କୋଠରୀରେ ଚାଲିଛି ଶିକ୍ଷlଦାନ l

Jul 25, 2023 - 20:35
 0  10
ଗଡଗଡ଼ବାହାଲି  ପ୍ରାଥମିକ ବିଦ୍ୟାଳୟରେ, 5ଟି ଶ୍ରେଣୀକୁ 2ଟି କୋଠରୀରେ ଚାଲିଛି ଶିକ୍ଷlଦାନ l

ନୂଆପଡା ଜ଼ିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ଼ ପଞ୍ଚାୟତ ଗଡଗଡ଼ବାହାଲି ପ୍ରାଥମିକ ବିଦ୍ୟାଳୟରେ ମୋଟ 45ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ 2ଜଣ ଶିକ୍ଷକ ଶିକ୍ଷା ଦାନ କରୁଛନ୍ତି l ପ୍ରଥମରୁ ପଞ୍ଚମ 5ଟି ଶ୍ରେଣୀକୁ 2ଟି କୋଠରୀ ରହିଛି l 2ଟି କୋଠରୀରେ 5ଟି ଶ୍ରେଣୀର ପିଲା କେମିତି ଶିକ୍ଷା ଗ୍ରହଣ କରୁଛନ୍ତି ତାହା ସହଜେ ଅନୁମେୟ l ପୂର୍ବରୁ ଯେଉଁ 2ଟି ଶ୍ରେଣୀ କୋଠରୀ ରହିଥିଲା ଡେମେଜ ହୋଇ ପଡି ରହିଛି l ଅତିରିକ୍ତ ଶ୍ରେଣୀ କୋଠରୀ ଗୋଟେ ଦିଆଗଲେ ସୁବିଧାରେ ଶିକ୍ଷାଦାନ ହୋଇ ପାରନ୍ତା l ବିଦ୍ୟାଳୟ ଚାରି ପାଖରେ ପାଚେରୀ ନ ଥିବାରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିପଦ ରହିଛି l ଗୋଦାମ ଗୃହ ନ ଥିବାରୁ ବିଦ୍ୟାଳୟ ମଧ୍ୟାନ୍ନ ଭୋଜନ ସାମଗ୍ରୀ ରଖିବା ପାଇଁ ଅସୁବିଧା ହେଉଛି l ପିଇବା ପାଣିର ସମସ୍ୟା ରହିଛି l ବିଦ୍ୟାଳୟରେ ପାଇଖାନା ନ ଥିବାରୁ ଛାତ୍ରଛାତ୍ରୀମାନେ ବାହାରକୁ ଶୌଚ ପାଇଁ ଯାଉଛନ୍ତି l ଦୀର୍ଘ 2 ବର୍ଷ ହେବ ପାଇଖନା ନିର୍ମାଣା ଚାଲିଛି l ହେଲେ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ ହୋଇ ପାରିନାହିଁ l ପାଇଖନା ଶୀଘ୍ର ସମ୍ପୂର୍ଣ ପାଇଁ ଠିକାଦାରଙ୍କୁ କହିଲେ ଗୋଟିଏ ସପ୍ତାହ ମଧ୍ୟରେ ସମ୍ପୂର୍ଣ ହୋଇଯିବ ବୋଲି କହିଦିନ ଗଡେଇ ଚାଲିଛନ୍ତି ବୋଲି ସହକାରୀ ଶିକ୍ଷକ ପ୍ରକାଶ କରିଛନ୍ତି l ଏ ସଂକ୍ରାନ୍ତରେ ଗୋଷ୍ଟି ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦଙ୍କୁ ପଚାରିବାରୁ ଏହି ବିଷୟରେ ଅବଗତ ନଥିଲି ଦିନ ଦୁଇଦିନ ଭିତରେ ସବୁ ସମସ୍ୟା ସମାଧାନ ହୋଇଯିବ ବୋଲି ପ୍ରକାଶ କରିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ