ଗଞ୍ଜେଇ ଭର୍ତ୍ତି ପିକଅପ୍ ଭେନ୍ କୁ ଜବତ କଲା ଅବକାରୀ ବିଭାଗ

Feb 21, 2025 - 22:33
 0  18
ଗଞ୍ଜେଇ ଭର୍ତ୍ତି ପିକଅପ୍ ଭେନ୍ କୁ ଜବତ କଲା ଅବକାରୀ ବିଭାଗ

ନୂଆପଡା : ନୂଆପଡା ଜିଲ୍ଲା ଅବକାରୀ ବିଭାଗକୁ ଏକ ବଡଧରଣର ସଫଳତା ମିଳିଛି l ଗଞ୍ଜେଇ ଭର୍ତ୍ତି ପିକଅପ୍ ଭେନ୍ ରୁ ଗଞ୍ଜେଇ ଜବତ ହୋଇଛି l ବିଶେଷ ସୂତ୍ରରୁ ସୂଚନା ପାଇ ଆଜି ନୂଆପଡା ଜିଲ୍ଲା ଅବକାରୀ ବିଭାଗର ଏକ ଟିମ୍ ନୂଆପଡା - ବଲାଙ୍ଗୀର ରାସ୍ତାରେ ଛକି ରହିଥିଲେ l ଅବକାରୀ ବିଭାଗର ଗାଡ଼ିଦେଖି ପିକଅପ୍ ଭେନଟି ଦୃତଗତିରେ ଯାଉଥିବାବେଳେ l ଅବକାରୀ ବିଭାଗ ପିଛା କଲାପରେ ପିକଅପ୍ ଭେନ ଛାଡି ଜଙ୍ଗଲଆଡ଼କୁ ଦୌଡି ପଳାଇଥିଲେ l କୋମନା ଥାନା କେନ୍ଦୁଭଟା ଗାଁ ପାଖରେ ଗାଡ଼ିକୁ ଛାଡ଼ି ଫେରାର ହୋଇ ଯାଇଥିଲେ l ଗାଡ଼ିରୁ ୧୩ କ୍ଵିଣ୍ଟାଲ ୨୬ କିଲୋ ଗ୍ରାମ ଗଞ୍ଜେଇ ଜବତ ହୋଇଛି l ପିକଅପ୍ ମଧ୍ୟ ଜବତ କରାଯାଇଛି l ଗଞ୍ଜେଇ କନ୍ଧମାଳରୁ ନୂଆପଡା ଜିଲ୍ଲାକୁ ଆସୁ ଥିବା ଜଣାପଡିଛି l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ