।। ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମେରିମାଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Aug 12, 2023 - 15:19
 0  33
।। ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମେରିମାଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

ନୂଆପଡା : (କୋରାପୁଟ ପ୍ରଥମ ଖବର)ନୂଆପଡା ଜ଼ିଲ୍ଲା ଅନ୍ତର୍ଗତ ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ମେରିମାଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମରେ ନଗର ଅଧ୍ୟକ୍ଷ୍l ସୋନିୟା ଜୈନ, କାର୍ଯ୍ୟ ନିର୍ବାହୀ ଅଧିକାରୀ କମଳାସନ ରଥ, 216 ସିଆରପିଏଫ ବାଟାଲିଅନ କମାଣ୍ଡେଣ୍ଡ ଏରିକ ଗିଲବର୍ଟ ଜୋସ ଯୋଗ ଦେଇଥିଲାବେଳେ ଯବାନଙ୍କୁ ସ୍ୱାଗତ ଏବଂ ସମ୍ୱର୍ଦ୍ଧନା ଜଣାଇବା ସହ ଜାତୀୟ ତ୍ରିରଙ୍ଗା ପତାକା ଉତ୍ତଳନ କରି ଜାତୀୟ ସଂଗୀତ ଗାନ କରାଯାଇଥିଲା ଖରିଆର ରୋଡର ସମସ୍ଥ ୱାର୍ଡର ଏସଏସଜି ମହିଳା ମଧ୍ୟ ଏହି କାର୍ଯ୍ୟକ୍ରମର ଯୋଗଦେଇ ନିଜ ନିଜ ୱାର୍ଡରୁ କଳସରେ ମାଟି ସଂଗ୍ରହ କରି ଥିଲେ l

ଏହି ପରିପ୍ରେକ୍ଷୀରେ ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଜ଼ିଲ୍ଲା ଓକିଲ ସଂଘ ସଭାପତି ପ୍ରସନ୍ନ ପାଢ଼ୀ, ଅଭିନନ୍ଦନ ପଣ୍ଡା, ଚତୁର୍ଭୁଜ ଶର୍ମା, ସୋମନାଥ ଅଗ୍ରୱାଲ, ଗୋଲଡି ଅଗ୍ରୱାଲ, ରାଜେଶ ନିଗମ ପ୍ରମୁଖ ଉପସ୍ଥିତ ଥିଲାବେଳେ ଅନେକ ନାଗରିକ ମାନେ ମଧ୍ୟ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l

ଖରିଆରନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ