କୋଲାବିରା ଠାରେ ଆମ ପୁଲିସ ସମିତର ବୈଠକ

Dec 15, 2025 - 03:39
 0  70
କୋଲାବିରା ଠାରେ ଆମ ପୁଲିସ ସମିତର ବୈଠକ

କୋଲାବିରା ୧୪ ।୧୨(ଫାଷ୍ଟ ନ୍ୟୁଜ ଓଡିଶା): ସାଧାରଣ ଜନତାଙ୍କ ନିକଟତର ହେବାକୁ ଝାରସୁଗୁଡା ପୁଲିସ ପ୍ରଶାସନ ତରଫରୁ ଆମ ପୁଲିସ ସମିତି କାର୍ଯ୍ୟକ୍ରମ ରବିବାର କୋଲାବ୍ଦିର। ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ଥାନା ଅଧିକାରୀ ସନ୍ତୋଷ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ପୁଲିସ ପ୍ରତି ବିଶ୍ଵାସ ରଖି କୌଣସି ଭୟନକରି ଯେକୌଣସି ସମସ୍ୟା ପୁଲିସକୁ ଜଣାଇବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଥିଲେ । ବିଶେଷ ଭାବରେ ସାଇବର କ୍ରାଇମ ଉପରେ ଆଲୋକପାତ କରି ଜନସାଧାରଣଙ୍କ ଏଥିପ୍ରତି ସଚେତନତା ହେବାର ନିହାତି ଅବଧଶୟକତା ରହିଛି ବୋଲି କହିଥିଲେ । ଏହି ସମିତି କାର୍ଯ୍ୟକ୍ରମରେ ତୁଲାରାମ ସେନାପତି . ଶୈଜିଲ ଲା ବାରିକ, ଭରତଚନ୍ଦ୍ର ପଧାନ,ଚେତାନନ୍ଦ ପଟେଲ,ଇନ୍ଦ୍ର ମଣି ମେହେର,ନରେନ୍ଦ୍ର ଭୋଇ ଚିର ଜିଲାଲ ପଟେଲ,ଭଜାରୀଚରଣ ନାଏକ,ଶୁଭେନ୍ଦୁ ଦାସ,ସରଜୁ ଝମାରିପ୍ରମୁଖଙ୍କ ସମେତ ଏଏସଆଇ ସୁଶିଲ କୁମାର ଦାସ ଓ ଅନୟ ପୁଲିସ କର୍ମଚାରୀ ପ୍ରମୁଖ ଙ୍କ ସମେତ ଆମପୁଲିସ କାର୍ଯ୍ୟକ୍ରମ ସତ ଜଡିତ ଥାନା ଅର୍ନ୍ତଗତ ବିଭିନ୍ନ ଗ୍ରାମରୁ ଅନେକେ ଯୋଗଦେଇ ଅଂଚଳର ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ଦିଗରେ ଆଲୋଚନା କରାଯାଇଥିଲା। ଏଠାରେ ସଚକ ସୁରକ୍ଷା ଜନିତ ସମସ୍ୟା ଉପରେ ଅଧିକ ଲୋକଙ୍କ ମତାମତ ରହିଥିଲା। ଅଂଚଳରେ ବିଭିନ୍ନ ଗୁରୁତ୍ବପୂର୍ଣ ରାସ୍ତା ସମେତ ଗଲିକନ୍ଦିରେ ବୁଲାଗାଈଗୋରୁଙ୍କ ଅବଧ ବିଚରଣ ଯୋଗୁଁ ଜନସାଧାରଣଙ୍କ ଯାତାୟାତ ଓ ଗୀତିମୋଟର ଚଳାଚଳରେ ବିଭିନ୍ନ ସମୟରେ ଗୁରୁତର ସମସ୍ୟା ଦେଖା ଦେଉଛି । ବିଶେଷତଃ ସ୍କୁଲ କଲେଜ ଛାତ୍ମା ଛାତ୍ରୀ ରୋଗୀ, ବୃଦ୍ଧ ବୃଦ୍ଧମାନେ ରାସ୍ତାରେ ଯାତାୟାତ ନେଇ ଭୟ କରୁଥି ଦେଖାଯାଉଛି ଗୋପାଳକମାନଙ୍କୁ ଗୋରୁଗାଈ ନିଜନିଜ ଦାଇତ୍ବରେ ରଖିବାକୁ ଓ ରାସ୍ତାରେ ନଛାଡିବାକୁ ଏବଂ ଏହା ନକଲେ ଗାଈଗୋରୁଙ୍କୁ ନେଇ କାଞ୍ଜି ହୁଡାରେ ରଖାଯିବ ବୋଲି ପ୍ରଚାର ମାଧ୍ୟମରେ ସୂଚାଇ ଦିଆଯାଉଥିଲେ ମଧ୍ୟ ପରବର୍ତି ସମୟରେ କୈାଣସି ପଦକ୍ଷେପ ଗ୍ରହଣ ହୋଇପାରୁନଥିବାରୁ ସମସ୍ୟାର ସୁଧାର ଆସୁନାହିଁ । ପୁଲିସ ପକ୍ଷରୁ ଆମ ପୁଲିସ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ବିଶେଷ କରି ବରିଷ୍ଠ ନାଗରିକଙ୍କ ତରଫରୁ ଯାହାସବୁ ଦାବି ରଖାଯାଇଥିଲା ସେସବୁ ବିଷୟରେ କି ପ୍ରକାର ପଦକ୍ଷେପ ନିଆଯିବ ସେ ବିଷୟରେ ଆଲୋଚନା ହୋଇଥିଲା।

କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ