।। କୋରାପୁଟ ରେ ଶକ୍ତି ପ୍ରଦର୍ଶନ କଲା ବିଜେଡି ।।

Apr 22, 2024 - 16:45
 0  761
।। କୋରାପୁଟ ରେ ଶକ୍ତି ପ୍ରଦର୍ଶନ କଲା ବିଜେଡି ।।

ବିରାଟ ରାଲିରେ ଆସି ପ୍ରାର୍ଥି ପତ୍ର ଦାଖଲ କଲେ ପଟ୍ଟାଙ୍ଗି ନିର୍ବାଚନି ମଣ୍ଡଳି ର ବିଜେଡି ପ୍ରାର୍ଥୀ ପ୍ରୋଫୁଲ କୁମାର ପାଙ୍ଗି . କୋରାପୁଟ:ଆସନ୍ତା ମେ 13 ରେ ପ୍ରଥମ ପର୍ଯ୍ୟାୟ ରେ କୋରାପୁଟ ସଂସଦୀୟ କ୍ଷେତ୍ରରେ ହେବ ଭୋଟ ମତ ଦାନ l ଗତକାଲି 18 ରୁ 25 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥି ଦାଖଲ ଓ 26 ନାମାଙ୍କନ ପତ୍ର ଯାଞ୍ଜ 27 ନାମାଙ୍କନ ପତ୍ର ପତ୍ୟାହାର କରାଯିବ ବିଜେଡି ସାଂସଦ ପ୍ରାର୍ଥି କୌଶଲ୍ୟା ହିକକା, କୋରାପୁଟ ବିଧାୟକ ପ୍ରାର୍ଥୀ ରୋଘୁ ରାମ ପୋଡାଲ, ପର୍ଯ୍ୟ ବେକ୍ଷକ ମୀରା ପରିଡା,ପଟ୍ଟାଙ୍ଗି ବିଧାୟକ ପୀତାମ ପାଢ଼ୀ, ଜାଗା ମିଶନ ର ହରିଶଙ୍କର ରାଉତ ଯୁବନେତା ଅମିତ ଅଗ୍ରୱାଲ, ସମେତ ପଟ୍ଟାଙ୍ଗି ବିଧାୟକ ପ୍ରାର୍ଥି ପ୍ରୋଫୁଲ କୁମାର ପାଙ୍ଗୀ ନାମାଙ୍କନ ପତ୍ର ଦାଖଲ ବେଳେ ଉପସ୍ଥିତ ଥିଲେ. କୋରାପୁଟ ରାଜ ରାସ୍ତାରେ କୋରାପୁଟିଆ ବାଜା, ନାଚ, ଗୀତରେ ବିଜେଡି ଦଳୀୟ କର୍ମୀ ଙ୍କ ସହିତ ବିରାଟ ରାଲି ରେ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ l ପଟ୍ଟାଙ୍ଗି ନିର୍ବାଚନି ମଣ୍ଡଳି ର ନନ୍ଦ ପୁର, ପଟାଙ୍ଗୀ, ସେମିଲିଗୁଡା ବ୍ଲକ ର ହଜାର,ହଜାର ସଂଖ୍ୟାରେ ବିଜେଡି କର୍ମୀ ଏହି ରାଲିରେ ଯୋଗ ଦେଇଥିଲେ l କୋରାପୁଟ ଜ଼ିଲ୍ଲାରେ ପୁଣି ବିଜେଡି ସଂଗଠନ ସକ୍ରିୟ ହୋଇ ଉଠିଛି l ଆଗାମୀ ସାଧାରଣ ନିର୍ବାଚନ କୋରାପୁଟ ଜ଼ିଲ୍ଲାରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ଅନୁମାନ କରାଯାଉଛି ।

କୋରପୁଟ ରୁ ରୁପ ଖୋରାଙ୍କ ରିପୋର୍ଟ ଫାଷ୍ଟ news ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ