କୋରାପୁଟ ଠାରେ ଆଦି କର୍ମଯୋଗୀ ଅଭିଯାନ ବ୍ଲକ ମାଷ୍ଟର ଟ୍ରେନର ମାନଙ୍କର ୩ ଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି

Sep 6, 2025 - 11:49
 0  7
କୋରାପୁଟ ଠାରେ ଆଦି କର୍ମଯୋଗୀ ଅଭିଯାନ ବ୍ଲକ ମାଷ୍ଟର ଟ୍ରେନର ମାନଙ୍କର ୩ ଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି

କୋରାପୁଟ,( ରଞ୍ଜିତ ନାୟକ ) ତା: ୦୬.୦୯.୨୦୨୫ ରିଖ: କୋରାପୁଟ ଠାରେ ଆଦି କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ବ୍ଳକ୍ ମାଷ୍ଟର ଟ୍ରେନର ମାନଙ୍କର ୩ଦିନିଆ ତାଲିମ ଶିବିର ଆରମ୍ଭ ହୋଇଯାଇଛି ! କାର୍ଯ୍ୟକ୍ରମ କୁ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ରୁ କୋରାପୁଟ ଜିଲ୍ଲା ପାଇଁ ଆଦି କର୍ମଯୋଗୀ ଅଭିଯାନ ର ଜିଲ୍ଲା ପ୍ରଭାରୀ ପ୍ରଦୀପ ଅଗ୍ରୱାଲ ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କୋରାପୁଟ ର ପ୍ରକଳ୍ପ ପ୍ରଶାସକ ସ୍ନେହପ୍ରଭା ମାଝି ଯୋଗଦେଇଥିଲେ ! ତାଲିମ କାର୍ଯ୍ୟକ୍ରମ ରେ ଜିଲ୍ଲାର ୧୪ଟି ବ୍ଲକ ରୁ ବିଭିନ୍ନ ବିଭାଗ ରୁ ୬୬ଜଣ ତାଲିମାର୍ଥୀ ଅଂଶଗ୍ରହଣ କରିଛନ୍ତି !ରାଜ୍ୟ ସ୍ତରୀୟ ପ୍ରୋଫେସର ଲ୍ୟାବ୍ ରୁ ତାଲିମ ପ୍ରାପ୍ତ ଜିଲ୍ଲା ସ୍ତରୀୟ ମାଷ୍ଟର ଟ୍ରେନର ଯଥା ସୁନିଲ୍ କୁମାର ତାଣ୍ଡି, ଜିଲ୍ଲା ମଙ୍ଗଳ ଅଧିକାରୀ, ଦୁର୍ଗା ପ୍ରସାଦ ଦୋରା, ଗୋଷ୍ଠି ଉନ୍ନୟନ ଅଧିକାରୀ ନନ୍ଦପୁର,ଜୟନ୍ତ କୁମାର ମେହେର, ଗୋଷ୍ଠି ଉନ୍ନୟନ ଅଧିକାରୀ,ଲମତାପୁଟ, ସୁକାନ୍ତ ପଟ୍ଟନାୟକ,ଗୋଷ୍ଠି ଉନ୍ନୟନ ଅଧିକାରୀ ବୋରିଗୁମ୍ମା, ଶକ୍ତି ପ୍ରସାଦ ମହାପାତ୍ର,ଗୋଷ୍ଠି ଉନ୍ନୟନ ଅଧିକାରୀ ଜୟପୁର, ଜଶ୍ମିନ୍ ପ୍ରଧାନ,ଗୋଷ୍ଠି ଉନ୍ନୟନ ଅଧିକାରୀ ଲମତାପୁଟ,ଜାକତା ଟୁଡୁ, ରାମ କ୍ରିଷ୍ଣା ନାୟକ,ଗୋଷ୍ଠି ଉନ୍ନୟନ ଅଧିକାରୀ ପଟ୍ଟାଙ୍ଗି,ଡଃ, ଶିବ ସାଇ ସ୍ଵରୁପ, ଜଗନ୍ନାଥ ପ୍ରସାଦ ବିଷୋୟୀ,ଲତା ମଞ୍ଜୁଳା ପ୍ରଧାନ ଓ ଆକାଶ ଜେନା ପ୍ରମୁଖ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ ! ଆଇନ୍.ଟି.ଡି.ର. କାର୍ଯ୍ୟକ୍ରମ ସଂଯୋଜକ କାଶୀ ପ୍ରସାଦ ନାୟକ, ଟି. ସିତାରାମ ପାତ୍ର ଆୟୋଜନ ଓ ପରିଚାଳନା ରେ ସହଯୋଗ କରିଥିଲେ !

 ନବରଙ୍ଗପୁର ଓ କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ