।। କେବେ ମଶାଣି ପଦା ସମସ୍ୟା ସମାଧାନ ହେବ ।।

ଥୁଆମୂଳ ରାମପୁର ବ୍ଲକ କେରପାଇ ପଞ୍ଚାୟତ ଗ୍ରାମ ମାଝୀଗାଁ ପାଖରେ ମଶାଣି ପଦା ନାଳ କେବେ ହେବ ପୋଲ l ମଶାଣି ନାଳ ଦେଇ ଯାତାୟାତ କରିବା ପାଇ ବହୁତ୍ ଗ୍ରାମ ବାସୀ ସେଇ ରାସ୍ତା ଦେଇକି ଯିବା ଆସିବା କରୁଛନ୍ତି l ଡାକ୍ତର ଖାନା ବା ଜରୁରୀ କାଳୀନ ରୋଗୀ ସେବା ଗାଡି ବି ଏମାନଙ୍କୁ ସାତ ସପନ ପାଲଟିଛି l ଏହି ରାସ୍ତା କୁ ପାଖା ପାଖି 5 ଟି ଗାଁ ର ଲୋକ ନିତିଦିନ ଯାତାୟାତ କରି ବିଭିନ୍ନ କାର୍ଯ୍ୟକରିବା ନିର୍ଭର କରନ୍ତି l ବାରମ୍ବାର ଏହାକୁ ନେଇ ଅଭିଯୋଗ ପରେ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ଅଞ୍ଚଳ ବାସି ଙ୍କୁ କିଛି ସୁଫଳ ମିଳୁନଥିବା ପ୍ରକାଶ କରିଥିଲେ l ବର୍ଷା ସମୟ ରେ ବହୁ କଷ୍ଟ ରେ ଯିବା ଆସିବା କରୁଛନ୍ତି l କାଦୁଅ ପଚ ପଚ ଚାଲି ଯିବା ଭାରି କଷ୍ଟ ଦୁଃଖ ଲାଗୁଚି ଆଉ ନ କହିବା ଭଲ lକେବେ ରାସ୍ତା ନାଳ ତିଆରି ହେବ ତାହା ଦେଖିବାକୁ ବାକି ରହିଲା । ରାମପୁର ରୁ ବାଲେଶ୍ୱର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?






