।। କୁଟ୍ରୁପାଲି ଗାଆଁର ୫୩ ଜଣ ବିଭିନ୍ନ ଦଳୀୟ କର୍ମୀ ବିଜେପିରେ ସାମିଲ ।।

Apr 28, 2024 - 18:55
 0  74
।। କୁଟ୍ରୁପାଲି ଗାଆଁର ୫୩ ଜଣ ବିଭିନ୍ନ ଦଳୀୟ କର୍ମୀ ବିଜେପିରେ ସାମିଲ ।।

ମୁନିଗୁଡ଼ା: ତା୨୮-୪ ରାୟଗଡ଼ା ଜିଲ୍ଲା ବିଷମକଟକ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ତାରିଖ ଯେତେ ଯେତେ ପାଖେଇ ଆସୁଛି ସେତେକୀ ବିଭିନ୍ନ ଦଳର ଅସନ୍ତୁଷ୍ଠ କର୍ମୀମାନେ ଶିବିର ବଳାଇବାରେ ଲାଗି ପଡିଛନ୍ତି।ଆଜି ମୁନିଗୁଡ଼ା ବ୍ଲକ୍ ଅମ୍ବାଦଳା ବିଜେପି ମଣ୍ଡଳ ସଭାପତି ପତିତପାବନ ରାଓଙ୍କ ଆୟୋଜିତ ଏକ ମିଶ୍ରଣ ପର୍ବରେ ରାଣିପିଣ୍ଡା ପଞ୍ଚାୟତ ଅନ୍ତର୍ଗତ କୁଟ୍ରୁପାଲି ଗାଆଁର ୫୩ଜଣ ବିଭିନ୍ନ ଦଳୀୟ କର୍ମୀ ନିଜ ନିଜର ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଥିବା ମୁନିଗୁଡ଼ା ବିଜେପି କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନରେ ବିଷମକଟକ ବିଧାନସଭା ପାର୍ଥି ଜଗନ୍ନାଥ ନୁଣ୍ଡ୍ରୁକାଙ୍କୁ ସମ୍ବର୍ଦ୍ଧନା ଦେବାପାଇଁ ରାଣିପିଣ୍ଡା ପଞ୍ଚାୟତ ଅନ୍ତର୍ଗତ କୁଟ୍ରୁ ପାଲି ଗାଆଁରେ ଏକ ସଭା ମଣ୍ଡଳ ସଭାପତିଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପାର୍ଥି ଶ୍ରୀଯୁକ୍ତ ନୁଣ୍ଡ୍ରୁକାଙ୍କ ସହ ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ବେହେରା,ବେଣୁଧର ଗାଡାକା,ଟୁନା କରକରିଆ ପ୍ରମୁଖ ଯୋଗଦେଇ ବିଜେପିରେ ସାମିଲ ହେବାକୁ ଆସିଥିବା ଅନ୍ୟ ଦଳର କର୍ମୀ ମାନଙ୍କୁ ଦଳୀୟ ଚିହ୍ନଥିବା ଉତ୍ତରୀୟ,ଟୋପି ପିନ୍ଧାଇ ସ୍ବାଗତ କରିଥିଲେ। କର୍ମୀମାନେ ଦୀର୍ଘ ବର୍ଷ ହେବ ଦଳୀୟ ଉପେକ୍ଷାର ଶିକାର ହେଉଥିବା ଏବଂ ସେମାନଙ୍କ ଗାଆଁରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହେଉନଥିବା କାରଣରୁ ସେମାନେ ଦଳ ଛାଡ଼ିବା ସହିତ ଜସଶ୍ଵି ପ୍ରଧାନମନ୍ତ୍ରୀଙ୍କ ସୁଶାସନ,ରାଜ୍ୟ ନେତୃତ୍ବରେ ବିଶ୍ୱାସ ଏବଂ ପାର୍ଥି ଜଗନ୍ନାଥ ନୁଣ୍ଡ୍ରୁକାଙ୍କ ପ୍ରତି ଥିବା ଭରଷା,ଦୀର୍ଘଦିନର ସମ୍ପର୍କକୁ ଆଧାର କରି ସେମାନେ ବିଜେପି ଦଳରେ ସାମିଲ ହୋଇଥିବା ପ୍ରକାଶ କରିଥିଲେ। ବିଜେପି ନେତା ଶ୍ରୀଯୁକ୍ତ ବେହେରା ଓ ପାର୍ଥି ଶ୍ରୀଯୁକ୍ତ ନୁଣ୍ଡ୍ରୁକା କର୍ମୀ ମାନଙ୍କ ଯୋଗଦାନ ଫଳରେ ବିଜେପି ଦଳ ମୁନିଗୁଡ଼ା ବ୍ଲକରେ ଆହୁରି ଶକ୍ତିଶାଳୀ ହେବ ବୋଲି ଜଣାଇଥିଲେ।

ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ