କନ୍ଧମାଳରୁ ଖୋର୍ଦ୍ଧା ଯାଏଁ ଚିରଞ୍ଜୀବୀଙ୍କ ନୂଆ ଯାତ୍ରା, ଜନଜାତି ମୋର୍ଚ୍ଚାରେ ମିଳିଲା ଗୁରୁଦାୟିତ୍ୱ

Nov 6, 2026 - 12:14
 0  4
କନ୍ଧମାଳରୁ ଖୋର୍ଦ୍ଧା ଯାଏଁ ଚିରଞ୍ଜୀବୀଙ୍କ ନୂଆ ଯାତ୍ରା, ଜନଜାତି ମୋର୍ଚ୍ଚାରେ ମିଳିଲା ଗୁରୁଦାୟିତ୍ୱ

କନ୍ଧମାଳ: କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ମାଟିରୁ ଆଉ ଜଣେ ଯୁବ ଚେହେରାଙ୍କୁ ମିଳିଛି ସାଂଗଠନିକ ଦାୟିତ୍ୱ। ଭାରତୀୟ ଜନତା ପାର୍ଟିର ଜନଜାତି ମୋର୍ଚ୍ଚା ପକ୍ଷରୁ ଚିରଞ୍ଜୀବୀ ମାଝୀଙ୍କୁ ଖୋର୍ଦ୍ଧା ଜିଲ୍ଲାର ଦାୟିତ୍ୱ ପ୍ରଦାନ କରାଯାଇଛି। ଅକ୍ଟୋବର ୩୧ ତାରିଖରେ ଜାରି ହୋଇଥିବା ନିଯୁକ୍ତି ତାଲିକାରେ ତାଙ୍କ ନାମ ସ୍ଥାନ ପାଇଛି। ଚିରଞ୍ଜୀବୀ ମାଝୀ ହେଉଛନ୍ତି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକର ବାସିନ୍ଦା। ସେ ସ୍ୱର୍ଗତ ବିଧାୟକ କରେନ୍ଦ୍ର ମାଝୀଙ୍କ ପୁଅ। ତାଙ୍କୁ ଏହି ନୂତନ ଦାୟିତ୍ୱ ମିଳିବା ପରେ ତୁମୁଡ଼ିବନ୍ଧ ସମେତ କନ୍ଧମାଳ ଜିଲ୍ଲାରେ ଖୁସି ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ସ୍ୱର୍ଗତ କରେନ୍ଦ୍ର ମାଝୀଙ୍କ ରାଜନୈତିକ ପରିଚୟ ସହ ଜଡ଼ିତ ପରିବାରରୁ ଆସିଥିବା ଚିରଞ୍ଜୀବୀଙ୍କୁ ଏବେ ଦଳ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ସାଂଗଠନିକ ଦାୟିତ୍ୱ ଦିଆଯାଇଛି। ନୂତନ ଦାୟିତ୍ୱ ସହ ଜନଜାତି ମୋର୍ଚ୍ଚାର ସଂଗଠନକୁ କିପରି ଆଗକୁ ବଢ଼ାଇବେ, ତାହା ଏବେ ତାଙ୍କ ପାଇଁ ଏକ ନୂଆ ଆହ୍ୱାନ ହେବ। ଜଣେ କନ୍ଧମାଳ ଜିଲ୍ଲାର ବାସିନ୍ଦାଙ୍କୁ ଅନ୍ୟ ଏକ ଜିଲ୍ଲାର ସାଂଗଠନିକ ଦାୟିତ୍ୱ ମିଳିବା ତୁମୁଡ଼ିବନ୍ଧ ଅଞ୍ଚଳ ପାଇଁ ଗର୍ବ ଓ ଆନନ୍ଦର ବିଷୟ ପାଲଟିଛି। ଏହି ନିଯୁକ୍ତି ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଉଛି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ