।। ଓଡିଶା ଆଦର୍ଶ ବିଦ୍ୟାଳୟ ଦଶମ ବାର୍ଷିକ ଜିଲ୍ଲା ମହୋତ୍ସବ "ସ୍ପାର୍କ " ପାଳିତ ।।

ନବରଙ୍ଗପୁର ତା: ୦୧.୧୦.୨୦୨୪: ଓଡ଼ିଆ ଆଦର୍ଶ ବିଦ୍ୟାଳୟ,ପାପଡାହାଣ୍ଡି ରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ସଭାପତିତ୍ୱ ରେ ଜିଲ୍ଲା ସ୍ତରୀୟ ୧୦ ମ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ଆୟୋଜିତ ହୋଇଯାଇଛି ! ନବରଙ୍ଗପୁର ଜିଲ୍ଲା ସ୍ଥିତ ପ୍ରତି ବ୍ଲକ ର ଆଦର୍ଶ ବିଦ୍ୟାଳୟ ରୁ କୃତି ଛାତ୍ର ଛାତ୍ରୀ ନିଜ ଗାଇଡ ଶିକ୍ଷକ ମାନଙ୍କ ସହ ସକାଳୁ ଆସି ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିଲେ ! ସର୍ବ ପ୍ରଥମେ ଡି ଇ ଓ ଶ୍ରୀ ଛତ୍ରପତି ସାହୁ, ନବରଙ୍ଗପୁର,ଶ୍ରୀ ରେଶମଲାଲ ନାୟକ,ଏ ଡି ଇ ଓ, ନବରଙ୍ଗପୁର,ଶ୍ରୀ ରାଜେନ୍ଦ୍ର ପ୍ରସାଦ ମହାପାତ୍ର,ନୋଡାଲ ଅଧ୍ୟକ୍ଷ,ଶ୍ରୀ ଦୁଲେଶ୍ୱର ଗେଜୋ, ଅଧ୍ୟକ୍ଷ ଆଦର୍ଶ ବିଦ୍ୟାଳୟ ପାପଡାହାଣ୍ଡି ସହ ସମସ୍ତ ଅନ୍ୟ ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଦିପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ ! ଅପରାହ୍ନ ରେ ଅତିଥି ରୂପେ ସଭାପତି ଛତ୍ରପତି ସାହୁ ଡି ଇ ଓ,ମୁଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ମନୋହର ରନ୍ଧାରୀ ବିଧାୟକ ଡାବୁଗାଁ, ସମ୍ମାନିତ ଅତୀଥି ରୂପେ ହେମଲତା ମାଝୀ, ଚେୟାରମ୍ୟାନ ପାପଡାହାଣ୍ଡି ବ୍ଲକ,ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା,ଉପାଧ୍ୟକ୍ଷ, ପାପଡାହାଣ୍ଡି ବ୍ଲକ,କପିଳ ଦେବ ସାହୁ,ବିଡ଼ିଓ ପାପଡାହାଣ୍ଡି, ସମରେନ୍ଦ୍ର ଭଉମିକ,ବି ଇ ଓ ପାପଡାହାଣ୍ଡି, ବି ଇ ଓ ରାଇଘର, ନିଜର ବକ୍ତବ୍ୟ ପ୍ରଦାନ କରି ପ୍ରତିଯୋଗିତାର ବିଜେତା ମାନଙ୍କୁ ପୁରସ୍କାର ଦେଇ ଉତ୍ସାହିତ କରିଥିଲେ ! ଶେଷରେ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଦୁଲେଶ୍ୱର ଗେଜୋ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






