।। ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ମୁନିଗୁଡ଼ା ଠାରେ ନୂତନ ଆମ ବସ୍ ଷ୍ଟାଣ୍ଡ ଶୁଭାରମ୍ଭ ହୋଇଯାଇଛି ।।

Feb 16, 2024 - 11:49
 0  146
।। ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ମୁନିଗୁଡ଼ା ଠାରେ ନୂତନ ଆମ ବସ୍ ଷ୍ଟାଣ୍ଡ ଶୁଭାରମ୍ଭ ହୋଇଯାଇଛି ।।

ରାୟଗଡ଼ା ଜିଲ୍ଲା ମୁନିଗୁଡା ଠାରେ ଆଜି 15/02/024 ରିଖ ନୂତନ ଆମ ବସ ଷ୍ଟାଣ୍ଡା ବାଣିଜ୍ୟ ପରିବହନ ଵିଭାଗ ତରଫରୁ ନିର୍ମାଣ ହୋଇଥିଵା ଓଡିଶାର ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଭିଡିଓ କନଫେରେନ୍ସ ମାଧ୍ୟମରେ ଆମ ବସ୍ ଷ୍ଟାଣ୍ଡା ଶୁଭାଆରମ୍ଭ ହୋଇଯାଇଛି । 5 ଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଭିକେ ପାଣ୍ଡିଆନ୍ ଙ୍କ ନିର୍ଦ୍ଦେଶ କ୍ରମେ ମୁନିଗୁଡା ଟିକରପଡା ଠାରେ ଆମ ବସ୍ ଷ୍ଟାଣ୍ଡ୍ ଉଦଘାଟନ କାର୍ଯ୍ୟକ୍ରମ ରେ ରାୟଗଡ଼ା ଜିଲ୍ଲା ପାଳ ମନୋଜ୍ ମହାଜନ ଙ୍କ ସଭାପତିତ୍ବରେ ଆଜି ଅନୁସୂଚିତ ଜାତି ଓ ଜନଜାତି ତଥା ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ସନମ୍ମାନୀୟ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଆମ ବସ୍ ଷ୍ଟାଣ୍ଡ ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଵିଜୁ କଲ୍ୟାଣ ଉପଦେଷ୍ଟା ଶ୍ରୀ ସୁଧିର କୁମାର ଦାସ,ଓଵିସି ମୁର୍ଚ୍ଛା ରାଜ୍ୟ ଉପଦେଷ୍ଟା ଶ୍ରୀ ପୃଥିରାଜ୍ ସାହୁ, ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରିତମ କୁମାର ତନ୍ତି ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ,ମୁନିଗୁଡା ଆଇ ଆଇସି ସୌଦାମିନୀ ବେହେରା, ବିଷମକଟକ ଏସ୍ ଡିପିଓ ପ୍ରମୋଦିନୀ ଓରାମ, ପରିବହନ ଅଧିକାରୀ ରାୟଗଡ଼ା, ମୁନିଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଦୁଃଖିନୀ ନୁଣ୍ଡୃକା, ରାଜ୍ୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଶ୍ରୀ ଜଗନ୍ନାଥ ନୁଣ୍ଡୃକା, ଶ୍ରୀମତୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାଧବୀ କନ୍ଦପାଣୀ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଆଦର୍ଶ କୁଶିଲିଆ ,ପ୍ରମୁଖ ଉଦ୍ ଘାଟନ କାର୍ଯ୍ୟକ୍ରମ ରେ ସନ୍ମାନିତ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଥିବା ବେଳେ, ଅନ୍ୟମାନଙ୍କ ମାଧ୍ଯମରେ ମୁନିଗୁଡା ବ୍ଲକ ଵିଜେଡି ସଭାପତି ରତ୍ନଲାଲ୍ ଜୈନ, ବିଜେଡ଼ି ଜିଲ୍ଲା ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଗୈଡ, ଉଦଘାଟନ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଏସେଜି ଗ୍ରୁପ ମହିଳା ମାଁ ମାନେ ଅଙ୍ଗନୱାଡି କର୍ମୀ ପ୍ରତ୍ୟେକ ବ୍ଳକ କର୍ମଚାରୀ ମାନେ ଉପସ୍ଥିତ ରହି ସହୋଯୋଗ କରିଥିବା ଵେଳେ । ଜି ଆର୍ ଏସ୍ ,ଗୋପାଳ କରକରିଆ, ଅଜିତ୍ ନାଗ, ନୂତନ ବସଷ୍ଟାଣ୍ଡ ରେ ଆୟୋଜନ ହୋଇଥିବା ସଭା ପରିଚାଳନା କରିଥିଲେ। ସେହିପରି ଓଏବ୍ ସାମ୍ବାଦିକ ଓ ପ୍ରିଣ୍ଟ ମିଡିଆ ଇଲେକ୍ଟ୍ରୋନିକ ମିଡିଆ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହିଥିବା ବେଳେ । ବ୍ଲକ ଶିକ୍ଷା ଧିକାରୀ,ଭାସ୍କର ରାଓ, ସମେତ ବିଭିନ୍ନ ପଞ୍ଚାୟତ ରୁ ମହିଳା ଓ ପୁରୁଷ ଏବଂ ଯାତ୍ରୀ ମାନେ ୨୦୦୦ ରୁ ଅଧିକ ଆସି ଯୋଗ ଦାନ କରି ଉଦ୍ ଘାଟନ ସମୟରେ ଉପସ୍ଥିତ ରହିଥିଲେ। ସେହିପରି ୧୩ ଟି ଜିଲ୍ଲା ରେ ୨୦ ଗୋଟି ନିର୍ମାଣ କରି ଥିବା ଆମ ବସଷ୍ଟାଣ୍ଡ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଶୁଭାରମ୍ଭ ହୋଇଯାଇଛି।ବହୁତ ଦିନର ଅପେକ୍ଷା ପରେ ଏହି ବସ୍ ଷ୍ଟାଣ୍ଡ ଟି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ତରଫରୁ ଉଦ୍ ଘାଟନ ହେବା ଦ୍ଵାରା ଏଥିରେ ବହୁତ ଯାତ୍ରୀ ମାନେ ଓ ଅନେକ ଲୋକଙ୍କ ମଙ୍ଗଳ ହେବାସହିତ ଏଥିରେ ବହୁତ ଲୋକ ଉପକୃତ ହୋଇପାରିବେ ବୋଲି । ଅଞ୍ଚଳ ବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ